ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ବିପୁଳିଙ୍ଗି ଗ୍ରାମ ପଂଚାୟତ ଅନ୍ତର୍ଗତ ରାଜନାପଲ୍ଲୀ ଗ୍ରାମର କାର୍ଯ୍ୟରତ ଜଣେ ରଡ ବାଇଡିଂ ମିସ୍ତ୍ରୀଙ୍କ ଆଜି ଅଂଶୁଘାତରେ ମୃତ୍ୟୁ ହୋଇଥିବା ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି । ସୂଚନା ମୁତାବକ ରାଜନାପଲ୍ଲୀ ଗ୍ରାମର ବଳରାମ ପଢିଆରୀ (୫୮) ନାମକ ରଡ ବାଇଡିଂ ମିସ୍ତ୍ରୀ ଆଜି ଛତ୍ରପୁର ନିକଟ ଶାନ୍ତିନଗର ଅଂଚଳରେ ରଡ ବାଇଡିଂ କାମ କରୁଥିବା ବେଳେ ପ୍ରଚଣ୍ଡ ଖରାଦ୍ୱାରା ସେ ଦିନ ୧.୩୦ ମିନିଟ୍ ରେ ଅଚେତ ହୋଇ ତଳେ ପଡିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ବାସିନ୍ଦାମାନେ ତାଙ୍କୁ ଉଠାଇଥିବା ବେଳେ ସେ ଉଠୁନଥିବାରୁ ତାଙ୍କୁ ଏକ ଘରୋଇ ଗାଡିରେ ଛତ୍ରପୁର ମେଡିକାଲକୁ ଚିକିତ୍ସା ନିମନ୍ତେ ନେଇଥିଲେ । ସେଠାରେ ଉପସ୍ଥିତ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯାହାଫଳରେ ଗ୍ରାମରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ମୃତ ବଳରାମ ଜଣେ ଗରୀବ ଶ୍ରେଣୀର ଅଟନ୍ତି । ବଳରାମ ଦୈନିକ ରଡ ମିସ୍ତ୍ରୀ ଭାବେ କାର୍ଯ୍ୟକରି ତାଙ୍କ ପରିବାର ଭରଣ ପୋଷଣ କରୁଥିଲେ । ତାଙ୍କ ମୃତ ଅଂଶୁଘାତ ଯୋଗୁଁ ହୋଇଥିବାରୁ ତାଙ୍କ ପରିବାର ଲୋକଙ୍କ ସରକାରୀ ସହାୟତା ପ୍ରଦାନ କରିବା ନିମନ୍ତେ ବିପୁଳିଙ୍ଗି ସରପଂଚ ଟି.ନରସିଂହ ରେଡ୍ଡୀ ଏବଂ ସମିତିସଭ୍ୟ ଜୟଦେବ ଲେଙ୍କା ଦାବୀ କରିଛନ୍ତି । ଏନେଇ ରାଜନାପଲ୍ଲୀ ଗ୍ରାମକୁ ଯାଇ ଘଟଣା ସଂପର୍କରେ ବିପୁଳିଙ୍ଗି ରାଜସ୍ୱ ନିରୀକ୍ଷକ ଭାଷ୍କର ସାହୁ ଅନୁସନ୍ଧାନ କରିଥିଲେ । ଗ୍ରାମବାସୀ ଏବଂ ପରିବାର ଲୋକ ବଳରାମଙ୍କ ଅଂଶୁଘାତରେ ମୃତ୍ୟ ହୋଇଥିବା ନେଇ ଶ୍ରୀ ସାହୁଙ୍କୁ ସୂଚନା ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା