![ଅକ୍ଟୋବର ମାସ ପାଇଁ ଜାରି ହେଲା ଗାଇଡଲାଇନ…](https://i0.wp.com/www.samrudhaodisha.com/wp-content/uploads/2021/10/%E0%AC%85%E0%AC%95%E0%AD%8D%E0%AC%9F%E0%AD%8B%E0%AC%AC%E0%AC%B0-%E0%AC%AE%E0%AC%BE%E0%AC%B8-%E0%AC%AA%E0%AC%BE%E0%AC%87%E0%AC%81-%E0%AC%9C%E0%AC%BE%E0%AC%B0%E0%AC%BF-%E0%AC%B9%E0%AD%87%E0%AC%B2%E0%AC%BE-%E0%AC%97%E0%AC%BE%E0%AC%87%E0%AC%A1%E0%AC%B2%E0%AC%BE%E0%AC%87%E0%AC%A8....jpg?fit=294%2C171&ssl=1)
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାର ନୂତନ ଗାଇଡଲାଇନ ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାସରେ ଥିବା ପର୍ବପର୍ବାଣିରେ କରୋନା କଟକଣାକୁ ମାନିବା ପାଇଁ ପରାମର୍ଶ ଦିଆଯାଇଛି । ପୂଜା ବଜାରରେ ଭିଡ ଠାରୁ ଦୂରେଇ ରହିବ ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଆଗକୁ ଦଶହରା ଥିବାରୁ ଲୋକଙ୍କୁ ସାମାଜିକ ଦୁରତ୍ଵ, ମାସ୍କ ପରିଧାନ, ସାନିଟାଇଜକୁ ଗୁରୁତ୍ଵ ଦେବା ପାଇଁ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି । ନଚେତ ପରିସ୍ଥିତି ଭୟାଭୟ ହେବ ବୋଲି ଏସଆରସି ସତର୍କ କରାଇ ଦେଇଛନ୍ତି । ରାଜ୍ୟର ସବୁ ପୌରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁକୁ ଲାଗୁ କରାଯାଇଛି । ସମସ୍ତ ପୌରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । କିନ୍ତୁ କଟକ-ଭୁବନେଶ୍ଵର ପାଇଁ ରାତ୍ରୀକାଳୀନ କର୍ଫ୍ୟୁରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । କଟକ-ଭୁବନେଶ୍ଵରରେ ରାତ୍ରି ୮ ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଲାଗୁ ରହିବ । ଏହା ଅକ୍ଟୋବର ୧୧ ତାରିଖ ଠାରୁ ୨୦ ତାରିଖ ଯାଏଁ ମାତ୍ର ୧୦ ଦିନ ଯାଏଁ ବଳବତ୍ତର ରହିବ । ଦୂର୍ଗା ପୂଜାକୁ ଦ୍ରୁଷ୍ଟିରେ ରଖି ଟ୍ଵିନ ସିଟିରେ ରାତ୍ରୀକାଳୀନ କର୍ଫ୍ୟୁକୁ କଡାକଡି କରାଯାଇଛି । ତେବେ ସେପ୍ଟେମ୍ବର ମାସରେ ଯେଉଁ କରୋନା ନିୟମ ଲାଗୁ କରାଯାଇଥିଲା, ସେସବୁ ବଳବତ୍ତର ରହିବ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା