ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ସୋମବାର ଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶ୍ରୀ ସଂହ ୧୭ ତାରିଖ ଦିବା ୧୧.୩୦ମି. ସମୟରେ ଭୁବନେଶ୍ୱରସ୍ଥ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ । ପରେ ଶ୍ରୀ ସିଂହ ପୁରୀ ଅଭିମଖେ ଗସ୍ତ କରି ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସ ନେତୃବୃନ୍ଦଙ୍କ ସହ ଦିବା ୩ ଘଟିକା ସମୟରେ ସାଂଗଠନିକ ଓ ବିଚାର ବିମର୍ଷ କରିବେ । ଠିକ ସେହିପରି ତା ୧୮.୦୨.୨୦୨୦ ରିଖ ମଙ୍ଗଳବାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଜିଲ୍ଲା କାର୍ଯ୍ୟାଳୟ ଠାରେ ଦିବା ୧୧ ଘଟିକା ୧୫ମି. ସମୟରେ ଗଞ୍ଜାମ ଜିଲ୍ଲାର କଂଗ୍ରେସ ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତା ମାନଙ୍କ ସହ ସାଂଗଠନିକ ବିଚାରବିମର୍ଷ କରିବେ ପରେ ଦିବା ୧ ଘଟିକା ୨୦ ମି. ଗଜପତି ଜିଲ୍ଲା, ୩ ଘଟିକା ୧୫.ରେ ବୌଦ୍ଧ ଜିଲ୍ଲା ଓ ଦିବା ୪ ଘଟିକା ୫୦ମି. ସମୟରେ କନ୍ଧମାଳ ଜିଲ୍ଲାର ସାଂସଦ ଓ ବିଧାୟକ ପ୍ରାର୍ଥୀ ବିଧାୟକ ଗଣ, ଜିଲ୍ଲା କଂଗ୍ରେସର ପ୍ରାକ୍ତନ ସଭାପତି, ପିସିସିର ଜିଲ୍ଲା ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ, ଛାମୁଆ ସଂଗଠନ ଓ ବିଭାଗ ଓ ପ୍ରକୋଷ୍ଠର ଜିଲ୍ଲା ମୁଖ୍ୟ, ପିସିସି ଓ ଏଆଇସିସି ସଭ୍ୟ, ପ୍ରାକ୍ତନ ସାଂସଦ ଓ ବିଧାୟକ, ପ୍ରାକ୍ତନ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତିଗଣଙ୍କ ସହ ବୈଠକରେ ଆଲୋକପାତ କରିବେ । ସେହିପରି ୧୯.୦୨.୨୦୨୦ ବୁଧବାର ଦିବା ୧୦ଘଟିକା ସମୟରେ ବାଲେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ବାଲେଶ୍ୱର ଜିଲ୍ଳାର ଉପରୋକ୍ତ ବର୍ଗର ସମସ୍ତ ନେତୃବୃନ୍ଦଙ୍କ ସହ ସାଂଗଠନିକ ଆଲୋଚନ ଓ ବିଚାର ବିମର୍ଷ କରିବା ସହ ଦିବା ୧୨ ଘଟିକା ରୁ ୨ଘଟିକା ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାର ଉପରୋକ୍ତ ବର୍ଗର ସମସ୍ତ ନେତୃମଣ୍ଡଳୀଙ୍କୁ ଶ୍ରୀ ସିଂହ ସାକ୍ଷାତ କରିବା ସହ ସାଂଗଠନିକ ବିଚାର ବିମର୍ଷ ଓ ଆଲୋଚନା କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ସିଂହ ସହ ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସହ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ, ପ୍ରଦୀପ ମାଝୀ ଓ ଏଆଇସିସି ସଂପାଦକ ଜି. ରୁଦ୍ର ରାଜୁ, ଅନିଲ ଚୌଧୁରୀ ସମସ୍ତ କାର୍ଯ୍ୟକ୍ରମରେ ସେମାନଙ୍କ ଅଧିନରେ ଥିବା ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଉପର ବର୍ଗର ସମସ୍ତ କଂଗ୍ରେସ ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ନିର୍ଦ୍ଧାରିତ ସ୍ଥାନ, ତାରିଖ ଓ ସମୟରେ ଉପସ୍ଥିତ ରହିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ତରଫରୁ ଅନୁରୋଧ କରାଯାଇଥିବା ଜଣାପଡିଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା