ଅଗଷ୍ଟ ୯ କାନ୍ତି ଦିବସ ଓ ବିଶ୍ୱ ଆଦିବାସୀ ଦିବସକୁ ନେଇ ଆଲୋଚନା

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ଅଗଷ୍ଟ କ୍ରାନ୍ତି ଦିବସ ଓ ବିଶ୍ୱ ଆଦିବାସୀ ଦିବସ ପାଳନ କରିବା ସହିତ , ଏଥିପାଇଁ ଏକ ତର୍କ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା | ଏହାର ଶୀର୍ଷକ ଥିଲା – “ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଭୂମିକା” କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ.ପ୍ରଦୀପ କୁମାର ନନ୍ଦଙ୍କ ସଭାପତିତ୍ୱ ରେ ଅନୁଷ୍ଟିତ ହୋଇଥିଲା | ଏଥିରେ ସମ୍ମାନୀତ ଅଥିତି ଭାବରେ ଡ.କେଶବ ଷଡ଼ଙ୍ଗୀ ଓ ଡ.ପ୍ରଫୁଲ କୁମାର ରଥ ଯୋଗ ଦେଇଥିଲେ | ପ୍ରାଧ୍ୟାପକ ଦୀନବନ୍ଧୁ ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ ଏବଂ ମୁଖ୍ୟ ବକ୍ତା ଡ.ଗୋକୁଳାନନ୍ଦ ପାତ୍ର ତାଙ୍କ ବକ୍ତବ୍ୟରେ ଭାରତ ଛାଡ ଆନ୍ଦୋଳନ ଠାରୁ ଆରମ୍ଭ କରି ରାଜା ମହାରାଜାମାନେ କିପରି ମୁଠି ଆଦାୟ କରି ଆଦିବାସୀମାନଙ୍କୁ ଶୋଷଣ କରୁଥିଲେ ତାର ପ୍ରତିବାଦ କରି ବିଶ୍ୱ ଇତିହାସରେ ଆଦିବାସୀମାନଙ୍କ ଦେଶ ପାଇଁ ତାଙ୍କର ବଳିଦାନକୁ ନେଇ ଉପସ୍ଥାପନ କରିଥିଲେ | ବିଚାରକ ଭାବରେ ଦୀନବନ୍ଧୁ ମହାନ୍ତି, ଡ. ଗୋକୁଳାନନ୍ଦ ପାତ୍ର ଓ ଅଧ୍ୟାପକ ମନୋଜ ଡାକୁଆ କାର୍ଯ୍ୟ ତୁଲାଇ ଥିଲେ | ପ୍ରତିଯୋଗିତାରେ ପ୍ରଥମ ସ୍ଥାନ କାହ୍ନୁ ଚରଣ ପାତ୍ର, ଦ୍ୱିତୀୟ ସ୍ଥାନ ଲିପ୍ସା ପ୍ରିୟ ଦର୍ଶିନୀ ତ୍ରିପାଠୀ, ତୃତୀୟ ସ୍ଥାନ ଭାବରେ ରାଜକୁମାର ଦେବାଂଶୁ ପାତ୍ର ଓ ଦେବଦତ୍ତ ରଥ ଅଧିକାର କରିଥିଲେ | ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଅନିଲ ପାତ୍ର ଅତିଥି ପରିଚୟ ଦେବା ସଙ୍ଗେ ସଙ୍ଗେ ଆଦିବାସୀମାନଙ୍କ ସଂଗ୍ରାମୀ ଜୀବନର ଘଟଣା ଓ ବିଘଟଣାକୁ ପର୍ଯ୍ୟାଲୋଚନା କରିଥିବାବେଳେ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ସାଇଲଷ୍ମୀ ଆମ୍ବାତି ଧନ୍ୟବାଦ ଅର୍ପଣ କରିଥିଲେ |
ରିପୋର୍ଟ:-ରଜତ ପଟ୍ଟନାୟକ