ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ବିଳମ୍ବିତ ରାତିରେ ହଠାତ୍ ଅଗ୍ନିକାଣ୍ଡ ଘଟି ଜଳେଶ୍ୱର ବ୍ଲକର ଗୋବରଘଟା ଗ୍ରାମର ଦଳେଇସାହିର ଜନୈକ କୈବତ୍ତ୍ୟଙ୍କର ଲକ୍ଷାଧିକ ଟଙ୍କାର ଜାଲ ଓ ନଗଦ ୨୦ହଜାର ଟଙ୍କା ଭସ୍ମିଭୂତ ହୋଇଯାଇଛି । ଅର୍ଦ୍ଧଦଗ୍ଧ ୨ ଗୋରୁଙ୍କ ଦୁର୍ଦ୍ଦଶା ଅବର୍ଣ୍ଣନୀୟ । ଶୁକ୍ରବାର ରାତିରେ ସମସ୍ତେ ଭାତଖାଇ ଶୋଇ ଥବା ବେଳେ ହଠାତ୍ ଅଗ୍ନିକାଣ୍ଡ ଘଟି ରାମଚନ୍ଦ୍ର ଦଳେଇଙ୍କ ଘରଟି ପୋଡି ଯାଇଛି । ୨ଟି ଗାଇ ଅର୍ଦ୍ଧଦଗ୍ଧ ହେବା ସହିତ ଘର ଭିତରେ ଥିବା ଲକ୍ଷାଧିକ ଟଙ୍କାର ଜାଲ ପୋଡି ଯାଇଛି । ନଗଦ ୨୦ହଜାର ଟଙ୍କା ସହିତ ଲୁଗାପଟା, ଧାନ ଚାଉଳ, ବାସନକୁସନ ଓ ଘରକରଣା ସମସ୍ତ ଜିନିଷ ସହିତ ଏକ ପମ୍ପସେଟ୍ ମଧ୍ୟ ପୋଡି ଯାଇଛି । ଖବର ପାଇ ଜଳେଶ୍ୱର ଦମକଳ ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିଥିଲେ । ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଚନ୍ଦନ କର ନିବେଦନ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା