ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ଘୁମୁସର କଳାର ମାଟି ହୋଇଥିବାରୁ ଶିଶୁ ପ୍ରତିଭାମାନଙ୍କୁ ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ହାଇସ୍କୁଲ ପଡିଆରେ ଅଗ୍ରଣୀ ନୃତ୍ୟାନୁଷ୍ଠାନ ମୁଭ୍ ଦି ୱାର୍ଲ୍ଡ ତରଫରୁ ଘୁମୁସର ଗଟ୍ ଟ୍ୟାଲେଣ୍ଟର କାର୍ଯ୍ୟକ୍ରମର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଥିଲା । ଗତ ୫ ଓ ୬ ତାରିଖରେ ନୃତ୍ୟ, ଗୀତ ଓ ମଡେଲିଂକୁ ନେଇ ଏହାର ଅଡିସନ୍ ହୋଇଥିଲା । ଶତାଧିକ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ କିଛି ପ୍ରତିଯୋଗୀ ଫାଇନାଲ୍ ରେ ସ୍ଥାନ ପାଇଥିଲେ । ସେଥି ମଧ୍ୟରେ ସବ୍ ଜୁନିଅର ବିଭାଗ ସଙ୍ଗୀତରେ ବିଜେତା ଅଂଶୁମାନ ଗନ୍ତାୟତ, ନୃତ୍ୟ ସୋଲରେ ଶ୍ରୀୟା ସୁଦ୍ଧା, ଡୁଏଟରେ ପ୍ରୀତି ଓ ଆରିୟନ୍, ମଡେଲିଂ ରେ ଶ୍ରେୟାଶ୍ରୀ ପଣ୍ଡା ଓ ଶୁଭ୍ଜିତ ପାଣିଗ୍ରାହୀ, ଜୁନିଅର ବିଭାଗ ସଂଗୀତରେ ଆଶୁତୋଶ, ନୃତ୍ୟ ସୋଲରେ ଦୀପକ, ଡୁଏଟରେ ବର୍ଷା ଓ ରଚନା ପ୍ରମୁଖ ପୁରସ୍କୃତ ହୋଇଥିଲେ । ଏଥିସହ କଳାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା କିଛି ବ୍ୟକ୍ତିଙ୍କୁ ସମ୍ବର୍ଦ୍ଦନା କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥୀଭାବେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ସନାତନ ପଣ୍ଡା ସମ୍ମାନୀତ ଅତିଥୀ ଭାବେ ଓଲିଉଦ ନୃତ୍ୟ ନିର୍ଦ୍ଦେଶକ ହରିହର ଦାସ ପ୍ରିନସ୍ ଡ୍ୟାନ୍ସ ଗ୍ରୁପ୍ ମୁଖ୍ୟ କ୍ରିଷ୍ଣା ମୋହନ ରେଡ୍ଡି, ଅଭିନେତ୍ରୀ ସମିତା ମଣ୍ଡାଳୁ, ମଡେଲ୍ ରମିପ୍ତା, ଦେବାଶିଷ୍, ବିଦିଷା ପଲ୍ଲବୀ ଓ ସନ୍ଦିପ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଭଞ୍ଜନଗର ସହରରେ ଏଭଳି ଏକ କାର୍ଯ୍ୟକ୍ରମ ପ୍ରଥମଥର ପାଇଁ ଆୟୋଜିତ ହୋଇଥିବାରୁ ଅନୁଷ୍ଠାନର ମୁଖ୍ୟ ତଥା ସିନେ ତାରକା ଆଶିଷ୍ କୁମାର ଗୌଡଙ୍କୁ ସମସ୍ତେ ଉତ୍ସାହିତ କରିଥିଲେ । ଏଥିସହ ଅନୁଷ୍ଠାନର ୨ୟ ବାର୍ଷିକ ଉତ୍ସବ ଅବସରରେ ବହୁ ନୃତ୍ୟ ଶିଳ୍ପୀ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ମାଷ୍ଟର ମନୋଜ, ପିଣ୍ଟୁଙ୍କ ସମେତ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
Thnxxxx for post Samruda odisha & mr Nimaee ch. Panda…
Thanking you for reading Samrudhaodisha.com and specialopinion.in
Incredible show , with talented peoples , beautiful hearts and wonderful audience, …..I am very happy to be a part of this kind of event
Thanking you for reading Samrudhaodisha.com