


ବିଶାଖାପାଟଣା (ସମୃଦ୍ଧ ଓଡିଶା) ବିଶାଖାପାଟଣା ଷ୍ଟିଲସିଟି ନିକଟରେ ଥିବା ଅଙ୍ଗନମପୁଡିରେ ଆଜି ୩୦ ଜଣ ଓଡ଼ିଆ ପରିବାରକୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଡାଲି, ଚାଉଳ, ବାଟୁଳା, ଖାଇବା ତେଲ ଆଦି ୩୦ଟି ପରିବାରକୁ ଜିତେନ୍ଦ୍ର କୁମାର ନାଏକ ଉପସ୍ଥିତ ରହି ଜଗନ୍ନାଥ ମନ୍ଦିରରେ ବଣ୍ଟନ କରିଛନ୍ତି । କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ସାରା ଦେଶରେ ଲକଡାଉନ ଚାଲିଥିବା ବେଳେ ଜିତେନ୍ଦ୍ର କୁମାର ନାଏକ ଓ ତାଙ୍କ ଦଳ ବିଶାଖାପାଟଣାରେ ବିଭିନ୍ନ ଅଞ୍ଚଳରେ ଥିବା ଓଡ଼ିଆ ମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରି ଆସୁଛନ୍ତି । ଆଜି ଅଙ୍ଗନମପୁଡ଼ିରେ ଏହି ସାମଗ୍ରୀ ବଣ୍ଟନ କରିଥିବା ଜଣାପଡିଛି ।


