ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଶ୍ୱ ମହାମାରୀ କରୋନା ପ୍ରତିକାର ଓ ପ୍ରତିରୋଧରେ ସମ୍ମୁଖ ଧାଡିରେ ଥିବା ଅଙ୍ଗନୱାଡି ଏବଂ ଆଶା କର୍ମଚାରୀମାନେ ଘରକୁ ଘର ଯାଇ ପ୍ରତ୍ୟେକ ପରିବାରର ପ୍ରତ୍ୟେକ ଲୋକଙ୍କ ସ୍ୱାସ୍ଥ୍ୟ ବିବରଣୀ ସଂଗ୍ରହ କରିବା, କଣ୍ଟେନ୍ମେଣ୍ଟ ଯୋଜନ୍ରେ ଆକ୍ରାନ୍ତ ଅଂଚଳର ସ୍ୱାସ୍ଥ୍ୟ କର୍ମୀଙ୍କ ସହ କାର୍ଯ୍ୟ କରିବା, ସେମାନଙ୍କ ପାଇଁ ଜୀବନ ସହିତ ଖେଳ ଖେଳୁଥିବା ବେଳେ ସରକାର ସେମାନଙ୍କ ଲାଗି ଆବଶ୍ୟକୀୟ ସୁରକ୍ଷା ସରଞ୍ଜାମ ନ ଯୋଗାଇବା ଭଳି କାର୍ଯ୍ୟର ନିୟୋଜିତ ଥିବା ବେଳେ ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ନ ଦେଇ ନିକଟରେ ସେମାନଙ୍କୁ ୧ହଜାର ଟଙ୍କା ପ୍ରୋତ୍ସାହନ ରାଶି ଜୁଲାଇ ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ପ୍ରଦାନ କରିବା ତାଙ୍କ ଲାଗି ଏକ ଉପହାସ ବୋଲି ବାଲେଶ୍ୱର ଜିଲା ସଂପାଦିକା ତଥା ଜଳେଶ୍ୱର ବ୍ଲକ ସଭାପତି ଲକ୍ଷ୍ମିପ୍ରିୟା ଦାସ ଏକ ମିଳିତ ବିବୃତିରେ ପ୍ରକାଶ କରିଛନ୍ତି । କଷ୍ଟେନ୍ମେଣ୍ଟ ଜୋନରେ ଶିକ୍ଷକ/ଶିକ୍ଷୟତ୍ରୀମାନେ ସେମାନଙ୍କ ଦରମା ସହିତ ଇନ୍ସେଣ୍ଟିଭ୍ ପାଉଥିବା ବେଳେ ସେମାନେ ଗତ ମାର୍ଚ୍ଚମାସରୁ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ଜୁଲାଇ ମାସରୁ ଏପରି ପ୍ରତ୍ସାହନ ଦେବା ଏକ ପାତର ଅନ୍ତର ବୋଲି ସଂପାଦିକା କଳ୍ପନା ଦେ, ସୁଜାତା ବାରିକ, ପୌରପରିଷଦର ନେତ୍ରୀ ତୃପ୍ତିରାଣୀ ମହାନ୍ତି, କୁନ୍ତଳା ପାତ୍ର, ଫୁଲ ସୋରେନ୍, ଗିତା ଘୋଷ, ସୁଚିତ୍ରା ଆସ, ଚମ୍ପାବତି ନାଗ, ପ୍ରଭାସିନୀ ଗିରି, ମଂଜୁଲତା ପ୍ରମାଣିକ, ଅନ୍ନପୂର୍ଣ୍ଣା ପାତ୍ର, ଆର୍ଶୁ ହାଁସଦା, ଉପଦେଷ୍ଟା କମଳ ଚକ୍ରବର୍ତ୍ତୀ, ମନୋରଂଜନା ଦାସ, ଶ୍ରୀନିବାସ ଦାସମହାପାତ୍ର, ମୁସାରତ ଜାହାଁ ପ୍ରମୁଖ କ୍ଷୋଭ ପ୍ରକାଶ କରି ସରକାର ସେମାନଙ୍କ ପ୍ରତି ସୁବିଚାର ନ କଲେ ଆଗାମୀ ଦିନରେ ଆନ୍ଦୋଳନ ହେବା ବୋଲି ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା