

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟକୁ ଅଚାନକ ଭାବେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଗସ୍ତ କରି ପରିଦର୍ଶନ କରିଛନ୍ତି । ଚିକିତ୍ସାଳୟରେ ରୋଗୀ ସେବା, ନିରାମୟ ଔଷଧ ବଣ୍ଟନ, ପରିମଳ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହିତ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ପରାମର୍ଶ ଦେଇଥିଲେ । ଏହାସହ ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ଚିକିତ୍ସାଳୟର ଅଧ୍ୟକ୍ଷ ଡାକ୍ତର କାହ୍ନୁ ଚରଣ ପାତ୍ରଙ୍କୁ ପଚାରି ବୁଝିଥିଲେ । ଏହାପରେ ଚିକିତ୍ସାଳୟରେ ନ ରହିବା, ଡାକ୍ତର ଅଭାବ, ଅସାମାଜିକ ବ୍ୟକ୍ତିଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା କରିବା ଲାଗି ଉପସ୍ଥିତ ଜନସାଧାରଣମାନେ ଏସପିଙ୍କୁ କହିଥିଲେ । ଚିକିତ୍ସାଳୟକୁ ସୁରକ୍ଷା ଦେବା ସହ ନିୟମିତ ପରିଦର୍ଶନ କରିବା ନିମନ୍ତେ ଏସପି ଛତ୍ରପୁର ଥାନା ଅଧିକାରୀଙ୍କୁ କହିଥିଲେ । ଏହି ପରିଦର୍ଶନରେ ଦିଆଇବି ଡ଼ିଏସପି ଅଜୟ କୁମାର ମିଶ୍ର, ହେଡକ୍ୱାର୍ଟର ଡ଼ିଏସପି ଉତ୍କଳ କେଶରୀ ଦାସ, ରିଜର୍ଭ ଇନିସ୍ପେକ୍ଟର ଗଙ୍ଗାଧର ଧାଙ୍ଗର, ଏ.ରାବଣା ରାଓ, ଗଞ୍ଜାମ ଜିଲ୍ଲା ହାବିଲଦାର କନେଷ୍ଟବଲ ସଂଘର ସମ୍ପାଦକ ବ୍ରଜ ଜେନାଙ୍କ ସମେତ ବହୁ ପୋଲିସ କର୍ମଚାରୀ ଓ ଚିକିତ୍ସାଳୟର କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

