ଅଧୁରା ରହିଲା ସାବିତ୍ରୀ ବ୍ରତ…

ନବ ଦାସଙ୍କ ପୁଅ ନୂଆ ନୂଆ କରି କେନ୍ଦ୍ରୀୟ ପୋଲିସ ବଳରେ ଚାକିରି କରିଥାଏ । ୨୦୦୦ ମସିହାରେ ବାଙ୍କୀ କଲେଜରୁ ସ୍ନାତକରେ ଉତ୍ତୀର୍ଣ୍ଣ କଲା ପରେ ଚାକିରୀ ଖୋଜି ବୁଲୁଥିଲା ସୁଜିତ୍ ଦାସ । ଘର ବାଙ୍କୀ ସହର ଠାରୁ ଦୁଇ କିଲୋମିଟର ଦୂର, ରାମଚନ୍ଦ୍ରପୁର । ୨୦୦୦ ମସିହା ପରେ ପରେ ତିନି ବର୍ଷ ପରେ ଅକ୍ଲାନ୍ତ ପରିଶ୍ରମ କରି ଶେଷରେ ସୁଜିତ୍ କେନ୍ଦ୍ରୀୟ ପୋଲିସ ବଳରେ ଚାକିରି ଟିଏ ପାଇଲା । ପରୀକ୍ଷା ଦେଇଥାଏ ଫଳ ପ୍ରକାଶ ପାଇବା ପାଇଁ ଥିଲା । ହଠାତ୍ ଗୋଟିଏ ଦିନ ଖବର କାଗଜରେ ଦେଖିବାକୁ ପାଇଲା ଆସନ୍ତାକାଲି ଫଳ ପ୍ରକାଶ ପାଇବ କେନ୍ଦ୍ରୀୟ ପୋଲିସ ବଳର । ତାର ପରଦିନ ସକାଳୁ ସକାଳୁ ବାହାରି ପଡ଼ିଥିଲା ବାଙ୍କୀର ପ୍ରତ୍ୟକ୍ଷ ଠାକୁରାଣୀ ମାଆ ଚର୍ଚ୍ଚିକାଙ୍କ ମନ୍ଦିରକୁ ଦର୍ଶନ କରି ଗୁହାରି ଜଣେଇ ଆସି ଫଳ ଦେଖିବ । ସତକୁ ସତ ସତ ସେଦିନ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲା ଇଣ୍ଟରନେଟ୍ ରେ ଦେଖିବାକୁ ପାଇଥିଲା । ତୁରନ୍ତ ଆସି ବାପାଙ୍କୁ କହିଲା ବାପା ବାପା ମୋତେ ଦୁଇ ଶହ ଟଙ୍କା ଦିଅ, ବାପା ତାର କହିଲେ କଣ କରିବୁ ?ସୁଜିତ୍ କହିଲା ତୁମେ ଆଗ ଦିଅ ତ । ଏହା ଶୁଣି ସୁଜିତ୍ ର ବାପା ତାକୁ ଦୁଇ ଶହ ଟଙ୍କା ଦେଇଥିଲେ । ତୁରନ୍ତ ବଜାରକୁ ଯାଇ ମିଠା ଦୁଇ କିଲୋ ଆଣି ସମସ୍ତଙ୍କୁ ବାଣ୍ଟି ଥିଲା । ଶେଷରେ ଖୁସି ଖବର ଟାକୁ ସମସ୍ତଙ୍କୁ ଜଣେଇ ଦେଲା । ଏହା ଶୁଣି ଆଖ ପାଖ ପଡ଼ିଶା ସମସ୍ତେ ଖୁସି ହୋଇ ଯାଇଥିଲେ ମଧ୍ୟ । ଚାକିରିରେ ଯୋଗ ଦେବା ପାଇଁ ଚିଠି ଆସି ପହଁଚିଗଲା ପୋଷ୍ଟ ପିଅନ ଆଣି ଚିଠି ଦେଇ ଯାଇଥିଲା । ସନ୍ଧ୍ୟା ବେଳେ ଏହି କଥା ପରିବାର ବର୍ଗଙ୍କୁ ସୁଜିତ୍ କହିଲା । କହିଲା ଆଉ ଦୁଇ ଦିନ ପରେ ବାପା ଚାକିରିରେ ଯୋଗ ଦେବି । ଏହା ଶୁଣି ବାପା, ମାଆଙ୍କ ଆଖିରେ ଲୁହ ଚାଲି ଆସିଲା । ତଥାପି ଦୁଇ ଦିନ ପରେ ଗୋଟିଏ ବୋଲି ପୁଅକୁ ଭାରତ ମାତାର ସେବା କରିବା ପାଇଁ ହସି ହସି ବିଦାୟ ଦେଇଥିଲେ ପରିବାର ବର୍ଗ ତତ୍ ସହିତ ଗାଁ ଲୋକ ମାନେ ମଧ୍ୟ । ଏମିତିରେ ତାଲିମ କେନ୍ଦ୍ରରେ ଯୋଗ ଦେଇଥିଲା ଯାଇ ସୁଜିତ୍ । ଚାହୁଁ ଚାହୁଁ ଇତି ମଧ୍ୟରେ ଛଅ ମାସ ବିତିଗଲା । ଆଉ ତାଲିମ ମଧ୍ୟ ସୁଜିତର ସରିଗଲା । ତିନି ମାସ ପାଇଁ ଚାକିରିରୁ ଛୁଟି ଧରି ଆସି ଗାଁ ବସରେ ସନ୍ଧ୍ୟାରେ ପହଞ୍ଚିଲା ଗାଁ ରାମଚନ୍ଦ୍ରପୁରରେ । ଘର ଲୋକ ଭାରି ଖୁସି ହୋଇ ଯାଇଥିଲେ ଦେଖି ସୁଜିତ୍ କୁ । ଏମିତିରେ ସେହି ସୁଜିତ୍ ର ବାପାଙ୍କ ସାଙ୍ଗ ନୀଳାମ୍ବର ସେହିଦିନ ସନ୍ଧ୍ୟାରେ ତାଙ୍କ ଘରକୁ ଆସିଥିଲେ । ସୁଜିତ୍ କୁ ଦେଖି ସେ ମଧ୍ୟ ବହୁତ ଖୁସି ହୋଇ ଯାଇଥିଲେ । ଆଉ ପଚାରିଥିଲେ ପୁଅ କେତେ ଦିନ ଛୁଟି ଧରି ଆସିଚ । ଏହା ଶୁଣି ସୁଜିତ୍ କହିଥିଲା ମଉସା ତିନି ମାସ । ସୁଜିତ୍ ବାପାଙ୍କୁ ନୀଳାମ୍ବର କହିଥିଲା ଆରେ ସାଙ୍ଗ ଗୋଟେ କଥା କହିବି । ନବ ଦାସ କହିଲେ କଣ କହୁଛୁ କହ ଆରେ ମୋର ସାନ ଝିଅ ସହିତ ତୋ ପୁଅକୁ ବିବାହ କଲେ କେମିତି ହୁଅନ୍ତା । ଏହି କଥା ଶୁଣି ନବ ଦାସ କହିଲେ । ଏହାତ ବହୁତ ଭଲ କଥା ମୁଁ ତ ଝିଅକୁ ଦେଖିଛି । ତୋ ସାନ ଝିଅ ରିମା ବହୁତ ସୁନ୍ଦର ଦେଖିବାକୁ । ଆଉ ଭଲ ପାଠ ମଧ୍ୟ ପଢିଛି । ଏହି କଥା ଶୁଣି ସୁଜିତ୍ ବାପା ସୁଜିତ୍ କୁ ପଚାରିଲେ । ସୁଜିତ୍ ତୁ ସେଠି ବାହା ହେବାକୁ ରାଜି ତ । ସୁଜିତ୍ ଏହି କଥା ଶୁଣି କହିଲା ମୁଁ କଣ କହିବେ ଯେ ବାପା ତୁମ କଥାରେ ମୁଁ କେଉଁ ଦିନ ଅମାନ୍ୟ କରିଛି ଯେ ଆଜି କରିବି । ସୁଜିତ୍ ପାଟିରୁ ଏହା ଶୁଣି ସୁଜିତ୍ ବାପା ନୀଳାମ୍ବରକୁ କହିଲେ ହଉ ତାହାଲେ କାଲି ସୁଜିତ୍ ଝିଅଙ୍କୁ ମୁଦି ପିନ୍ଧାଇ ଯାଇ ଆସିବ କାଲି । ତାର ପରଦିନ ସକାଳୁ ସୁଜିତ୍ ଯାଇ ରିମାକୁ ଦେଖି ତାକୁ ପସନ୍ଦ କରି ତାର ହାତରେ ମୁଦି ପିନ୍ଧାଇ ଆସିଥିଲା । ଆଉ ପରବର୍ତ୍ତୀ ମାସରେ ସୁଜିତର ରିମା ସହିତ ଅତି ଆଡମ୍ବରରେ ବିବାହ ସମ୍ପନ୍ନ ହୋଇଥିଲା । ଏମିତିରେ ଚାକିରିରେ ଯୋଗ ଦେବା ପାଇଁ ଖବର ଆସି ପହଁଚିଲା । ଛତିଶଗଡର ସୁକୁମା ଅଞ୍ଚଳରେ ସୁଜିତର ନକ୍ସଲ ଦମନ ପାଇଁ ସେଠି ପୋଷ୍ଟିଂ ହୋଇଛି । ଏହା ଶୁଣି ନୂଆ ବୋହୂ ଟା ଭାରି ମନ ଦୁଃଖ କରି ତାର ସ୍ବାମୀକୁ କହିଲା ସତରେ ତୁମେ ମୋତେ ଛାଡ଼ି ଏତେ ଜଲଦି ଚାଲି ଯିବ ଚାକିରିକୁ । ସୁଜିତ୍ ଏହି କଥା ଶୁଣି କହିଲା ଆରେ ତୁମେ ଜାଣିବା ଶୁଣିବାର ହୋଇକି ଏମିତି କାନ୍ଦୁଛ । ମୁଁ ପୁଣି ଆଉ ଥରେ ଛୁଟି ରେ ଆସିବିନି କି । ମୁଁ କଣ କୁଆଡ଼େ ପଳାଉଛି ନା କଣ ସୁଜିତ୍ ବୋଉ ବି ଭାରି କାନ୍ଦୁଥାନ୍ତି । ଶେଷରେ ସମସ୍ତଙ୍କୁ ସୁଜିତ୍ ବୁଝେଇ ଦେଇଥିଲା ।ଆଉ ସକାଳ ପାଇଲା ଚାକିରିରେ ଯୋଗ ଦେବା ପାଇଁ ଛତିଗଡ଼ର ସୁକୁମା ଅଭିମୁଖେ ଯାତ୍ରା କଲା ସୁଜିତ୍ । ଏପଟେ ସାବିତ୍ରୀ ବ୍ରତ ଆଉ ଦଶ ଦିନ ବାକି ଥାଏ । ରିମା ଘରୁ ସବୁ ଭାର ଆସି ପହଞ୍ଚିଲା । ଇତି ମଧ୍ୟରେ ସାବିତ୍ରୀ ବ୍ରତ ହେବା ପାଇଁ ଆଉ ଦୁଇ ଦିନ ବାକି ଥାଏ । ସାବିତ୍ରୀ ରାତିର ପୂର୍ବ ରାତିରେ ଫୋନ୍ କରି ରିମା ସୁଜିତ୍ କହିଲା କାଲି ମୁଁ ମନ୍ଦିରରୁ ଆସି ତୁମକୁ ଭିଡିଓ କଲ୍ କରିବି ଆଉ ତୁମେ ଗ୍ରହଣ କରିବ । ଏହା ଶୁଣି ସୁଜିତ୍ ଖୁସି ହୋଇ ଯାଇଥିଲା ଆଉ କହିଲା ନିଶ୍ଚିତ । ଠିକ୍ ଏହି ସମୟରେ ସୁଜିତର ଅଫିସର ତାକୁ ଡାକିଲେ । ସୁଜିତ୍ ଏହି କ୍ଷଣେ ଆମକୁ କମ୍ବିଂ ଅପରସେନ ରେ ଯିବାକୁ ପଡ଼ିବ ।ଖବର ଆସିଛି କିଛି ନକ୍ସଲ ।ଘେରା ବନ୍ଦୀ କରି ରଖିଛନ୍ତି ଗୋଟିଏ ଗାଁ’କୁ ।ଏହି କଥା ମଧ୍ୟ ରିମା ଶୁଣୁଥାଏ । ସୁଜିତ୍ ଶେଷରେ କହିଲା ହଉ ରିମା ତୁମେ ରଖ ମୁଁ ସକାଳୁ ଭିଡିଓ କଲ୍ କରିବି ।ଏହା ଶୁଣି ରିମା କହିଲା ଏ ଆସି ମୋତେ ତୁରନ୍ତ ଫୋନ୍ କରିବ ମୋ ମନକୁ ପାପ ଛୁଉଁଛି । ସୁଜିତ୍ କହିଲା ହେ କିଛି ହେବନାହିଁ ତୁମେ ଭଲରେ ରୁହ । ସକାଳ ପାଇଲା ଶଙ୍ଖା ସିନ୍ଦୁର ପିନ୍ଧି, ପାଦରେ ଅଳିତା  ଲଗେଇ ତତ୍ ସହିତ ଥାଳିରେ ଫଳ, ମୂଳ, ନୂତନ ଶାଢ଼ୀ, ଶଙ୍ଖା ନେଇ ରିମା ଯାଇଥାଏ ପୂଜା କରିବା ପାଇଁ ସାବିତ୍ରୀ ବ୍ରତ।ଆଉ ପୂଜା ସାରି ମନ୍ଦିରରୁ ଫେରୁ ଥିବା ବାଟରେ ସାହି ମଝିରେ ଲୋକଙ୍କ କୋଳାହଳ ଦେଖିବାକୁ ପାଇଥିଲା ରିମା । ହଠାତ୍ ଘରେ ଆସି ଦେଖିଲା ତ ରିମା ତାର ଶାଶୁ ଶଶୁର କାନ୍ଦୁଥିଲେ ।ଏହା ଦେଖି ରିମା ପଚାରିଲା ତାର ଶାଶୁ କୁ ବୋଉ କଣ ହୋଇଛି କୁହ । ରିମାର ଶାଶୁ କହିଲା ଫୋନ୍ ଆସିଥିଲା କେନ୍ଦ୍ରୀୟ ପୋଲିସ ବଳ ବିଭାଗରୁ । ଗତକାଲି ରାତିରେ ନକ୍ସଲ କମ୍ୱିଂ ଅପରସେନରେ ସୁଜିତ୍ ସବୁ ଦିନପାଇଁ ଭାରତ ମାତାର ସେବା କରିବା ପାଇଁ ସହିଦ ହୋଇ ଯାଇଛି । ଏହି କଥା ଶୁଣି ରିମା ହାତରେ ଧରିଥିବା ସାବିତ୍ରୀ ବ୍ରତ ପୂଜା ସାମଗ୍ରୀ ସବୁ ଖସି ପଡ଼ିଲା ଆଉ କିଛି ସମୟ ପାଇଁ ଚେତା ଶୂନ୍ୟ ହୋଇଗଲା । ଏପଟେ କିଛ ସମୟ ପରେ । ଚେତା ଆସେ ତ ବହୁତ ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ପାଇଲା । ଶେଷରେ ନିଜର ସ୍ବାମୀର ଫଟୋ କୁ ଧରି ବହୁତ କାନ୍ଦୁଥାଏ ଆଉ ବାହୁନି ବାହୁନି କାନ୍ଦି କହୁଥାଏ ଅଧୁରା ରହିଲା ମୋ ସାବିତ୍ରୀ ବ୍ରତ କୁଆଡ଼େ ଗଲ ମୋ ସୁଜିତ୍ । ଏମିତିରେ ତାର ପରଦିନ ଆସି ସୁଜିତର ମର ଶରୀର ତାର ଗାଁ ରାମଚନ୍ଦ୍ରପୁର ରେ ଆସି ପହଞ୍ଚିଲା । ଆଉ ସଲାମୀ ଦିଆ ଯାଇ ସୁଜିତର ଶେଷ କୃତ୍ୟ କରାଗଲା ।ଆଉ ଲୋକ କହୁଥାନ୍ତି ।ନବ ବିବାହିତା ଝିଅଟାର ଅଧୁରା ରହିଲା ସାବିତ୍ରୀ ବ୍ରତ ।

ଲେଖକ / ରଚନା – ସରୋଜ କୁମାର ଜେନା
ବାଲିଝରୀ, ନରସିଂହପୁର, କଟକ