

ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ଏନ.ଏ.ସିକୁ ଅନିଦିଷ୍ଟ କାଳ ଯାଏ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । ଏ ନେଇ ଆଜି ଭଞ୍ଜନଗର ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ଡାକ ବାଜି ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି । ଏହି ସଟଡାଉନ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ତେଜରାତି ଓ କ୍ଷୀର ଦୋକାନୀମାନେ ହୋମ ଡେଲିଭେରୀ କରି ପାରିବେ । ସମସ୍ତ ଔଷଧ ଦୋକାନ ମାନେ ୨୪ ଘଣ୍ଟା ଖୋଲା ରହିବ । ଠେଲା ଗାଡିରେ ବିକ୍ରି ପାଇଁ ଉପଲବ୍ଧ ପରିବା ଓ ଫଳ ବେପାରୀ କାଯ୍ୟାଳୟ ଦ୍ୱାରା ଚିହ୍ନଟ ଜାଗା ରେ ବିକ୍ରି କରିବେ । ଏହି ସମୟରେ ମନିଙ୍ଗ ୱ।କ ଓ ଇଭିନିଗ ୱ।କକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସାମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାର କରିବା ପାଇଁ ପ୍ରଶାସନ ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି । ସର୍ବ ସାଧାରଣ ଗହଳି ଜାଗାରୁ ଦୂରେଇ ରହିବା ପାଇଁ ଏନ.ଏ.ସି ପକ୍ଷରୁ ସଚେତନ କରାଯାଇଛି । ପ୍ରକାଶ ଥାଉକି ଭଞ୍ଜନଗର ଏନ.ଏ. ସିର ବିଭିନ୍ନ ୱାଡ଼ରୁ କୋରନା ପଜିଟିଭ ବାହାରି ଥିବାରୁ ପୂର୍ବରୁ ଏନ.ଏ.ସିର ୨ଟି ୱାଡ଼କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ଅନ୍ୟ ସମସ୍ତ ୱାଡ଼କୁ ବଫରଜୋନ ପରିସର ଭୁକ୍ତ କରାଯାଇଥିଲା ।
ରିପୋର୍ଟ : ନିଲୁ ବିଷୋୟୀ
