
ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନ ରାଜପଂଚୟତର ଥିବା ରାମନଗରପାଟଣା ସେବା ସମବାୟ ସମିତିରେ ଧାନକିଣାକୁ କେନ୍ଦ୍ର କରି ଚାଷୀମାନେ ଧାରଣାରେ ବସିଛନ୍ତି । ଆଜି ମଙ୍ଗଳବାର ଚାଷୀଙ୍କ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ସେବା ସମବାୟ ସମିତିରେ ମୋଟ ୨୦୨ଜଣ ଚାଷୀ ରେଜିଷ୍ଟ୍ରେସନ କରିଥିବା ବେଳେ ୧୫୬ ଜଣଙ୍କ ଟୋକନ୍ ଆସିଥିଲା । ମୋଟ ୯୬୩୦ କ୍ୟୁଣ୍ଟାଲ ଧାନ ବିକ୍ରିକରିବାକୁ ଥିବା ବେଳେ ମାତ୍ର ୧୬୦୦ କ୍ୟୁଣ୍ଟାଲ ଧାନବିକ୍ରିର ଟାର୍ଗେଟ ଆସିଛି । ଅଦ୍ୟାବଧି ମାତ୍ର ୪୪ଜଣ ଚାଷୀ ୧୩୦୦ କ୍ୟୁଣ୍ଟାଲ ଧାନ ଦେବାପରେ ୧୦୦ରୁ ଉର୍ଦ୍ଧ୍ୱ ଚାଷୀଙ୍କ ଧାନ ବର୍ଷାରେ ପଡି ରହିଛି । ତେଣୁ ଚାଷୀମାନଙ୍କ ନିଷ୍ପତ୍ତି ଅନୁଯାୟୀ ରେଜିଷ୍ଟ୍ରେସନ କରିଥିବା ସମସ୍ତ ଚାଷୀଙ୍କ ଧାନ କିଣା ନ ଯିବା ପର୍ଯ୍ୟନ୍ତ ସମିତି ଆଗରେ ଧାରଣା ଚାଲୁ ରହିବ ବୋଲି ସରପଂଚ ଦିଲ୍ଲିପ ପରିଡା, ହରିଶ୍ଚନ୍ଦ୍ର ଭୂୟାଁ, ଦୁର୍ଗାଶଂକର ଭୂୟାଁ, ଗଣେଷ ପାତ୍ର, କମଳାକାନ୍ତ ଦେ, ଚିନ୍ମୟାନନ୍ଦ ପାଳ, ସୁବ୍ରତ ବିଶ୍ୱାଳ, ରାଧେଶ୍ୟାମ ବିଶ୍ୱାଳ, ବରୁଣା ନାୟକ, ତପନ ବିଶ୍ୱାଳଙ୍କ ସହିତ ବହୁ ଚାଷୀ କହିଛନ୍ତି ।