

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଅନ୍ତର୍ଜାତୀୟ ନିଷିଦ୍ଧ ନିଶ୍ଚେତକ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଚୋରା ଚାଲାଣ ବିରୁଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନ ରାଲି କରାଯାଇଥିଲା । ଏହି ରାଲିକୁ ଉଦଘାଟନ କରିଥିଲେ ବ୍ରହ୍ମପୁର ଉପଜିଲାପାଳ ଦିଗନ୍ତ ରାଉତ ରାୟ । ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ବିଡିଏ ଚେୟାର ମ୍ୟାନ ସୁବାଷ ମହାରଣା ଯୋଗ ଦେଇଥିଲେ । ଅବକାରୀ ମୁଖ୍ୟ ବିବେକାନନ୍ଦ ନାୟକ ସମସ୍ତ ଦାଇତ୍ୱ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଇନେସ୍ପେକଟର ଧୀରେନ ବେହେରା ଓ ସୁଶାନ୍ତ ପାଢ଼ୀ । ବିଭିନ୍ନ ସ୍ଲୋଗାନ ଦେଇଥିଲେ ଅଭିରାମ ସାହୁ । ଏହି ରାଲି ଏମକେସିଜି ମେଡିକାଲରୁ ବାହାରି ସଂସ୍କୃତି ଭବନ ପର୍ଯ୍ୟନ୍ତ ଯାଇଥିଲା । ସେଥିରେ ନିଶା ନ ସେବନ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଏହି ରାଲିରେ ବହୁ ସଂଖ୍ୟାରେ ସ୍କୁଲର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏହାସହ ଜ଼ିଲ୍ଲା ଅବାକରି ବିଭାଗର ଆଧିକାରି ମଧ୍ୟ ଯୋଗ ଦେଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
