ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ପାଳିତ

ଭୁବନେଶ୍ବର(ସମୃଦ୍ଧଓଡିଶା)ସ୍ଥାନିୟ ରୋଟାରି ଓ ଇନର ହୁଇଲ କ୍ଲବ ଆନୁକୁଲ୍ଯରେ ଖୋର୍ଦ୍ଧା ସ୍ଥିତ ଜୀବନ ଧାରା ବୃଦ୍ଧାଶ୍ରମ ଠାରେ ବାର୍ଷିକ କାର୍ଯ୍ୟକ୍ରମ ଆୟୋଜନ ଅନ୍ତର୍ଜାତିକ ବୟୋଜ୍ୟେଷ୍ଠ ଦିବସ ଅବସରରେ କରାଯାଇଥିଲା। ଏହି ଅବସରରେ କ୍ଲବ ତରଫରୁ ବୃନ୍ଦାଶ୍ରମ ଅନ୍ତେବାସୀଙ୍କ ପାଇ ଦଶ ଗୋଟି ଚୌକି ଯୋଗାଇ ଦିଆଯିବା ସହ ସମସ୍ତଙ୍କ ପାଇ ନୂତନ ବସ୍ତ୍ର ତଥା ଲକ୍ଷ୍ମୀ ମନ୍ଦିରର ପ୍ରସାଦର ବନ୍ଦୋବସ୍ତ କରାଯାଇଥିଲା। ସେହିପରି ଇନର ହୁଇଲ କ୍ଲବ ତରଫରୁ ସମସ୍ତଙ୍କ ପାଇ ବିସ୍କୁଟ, ଫଳ ତଥା ହର୍ଲିକ୍ସ ଯୋଗାଇ ଦିଆ ଯାଇଥିବା ବେଳେ ପ୍ରସ୍ତୁତ ଛେନାପୋଡ ଅନ୍ତେବାସୀଙ୍କ ଦ୍ୱାରା କଟାଯାଇ ଥିଲା। ଏହି ଅବସରରେ ୨୫ରୁ ଉର୍ଦ୍ଧ ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ମହିଳା ଖଞ୍ଜଣି ଓ ଗିନି ବଜାଇ ଜଗନ୍ନାଥ ଜଣାଣ ଓ ଭକ୍ତିସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମକୁ ରୋଟାରି କ୍ଲବ ପୂର୍ବତନ ସଭାପତି ସଞ୍ଚାଳନ କରିଥିବା ବେଳେ ରୋ. ରସାନନ୍ଦ ରାଉତ, ରୋ. ଡକ୍ଟର ଶୈଳେଶ ମହାନ୍ତି, ରୋ. ବ୍ରଜେନ୍ଦ୍ର ଦାସ, ରୋ. ସନ୍ଦୀପ ବିଶ୍ବାଳ, ଇନର ହୁଇଲ ସଭାପତି ନଳିନୀ ନାରାୟଣ, ସୁନନ୍ଦା ନାୟକ, ରୂପଶ୍ରୀ ପଟ୍ଟନାୟକ, ସନ୍ଧ୍ୟାରାଣୀ ସାହୁ, ବସନ୍ତ କୁମାରୀ ପଣ୍ଡା, କବିତା ଦାସ ପ୍ରମୁଖ ସଦସ୍ଯ ଯୋଗଦେଇ ଅନ୍ତେବାସୀଙ୍କୁ ଉତ୍ସାହ ପ୍ରଦାନ କରିଥିଲେ।

ରିପୋର୍ଟ : ରଜତ ମହାପାତ୍ର