

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଅନ୍ଧ ବିଶ୍ୱାସ ନିବାରଣ ପାଇଁ ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ‘ମୁହୂର୍ତ୍ତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଶୁ ପ୍ରେମୀ ଦିଲୀପ କୁମାର ବଳି ଯୋଗଦେଇ ସମୟ ଶୁଭ ବା ଅଶୁଭ, ଭଲ ବା ଖରାପ ହୋଇ ନଥାଏ । ଭଲ କାମ ପ୍ରତି ମୁହୂର୍ତ୍ତରେ ଶୁଭ ଓ ଖରାପ କାମ ପ୍ରତି ମୁହୂର୍ତ୍ତରେ ଅଶୁଭ ଏହା ବୁଝାଇଥିଲେ । ଏଥି ସହିତ ଗଣିତ ଶିକ୍ଷା ପ୍ରାଦନ କରିଥିଲେ । ପରେ ‘ସାପ୍ତାହିକ’ ଆଲୋଚନାରେ ବିଶ୍ୱ ମାତୃଭାସ ଦିବସ ଏବଂ ମହାଶିବରାତ୍ରି ବିଷୟରେ ଆଲୋଚନା ହୋଇଥିଲା । କଟକ ଜିଲ୍ଲାର ବାଆଁରା ଗ୍ରାମରେ ଜଗତଗୁରୁ କୃପାଳୁ ଏକକ ବିଶ୍ୱ ବିଦ୍ୟାଳୟ ହେବା ପାଇଁ ବିଧାନସଭାରେ ପାରିତ ହୋଇଥିବା ଯୋଗୁଁ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସୂଚନା ଦେବା ସହ ମିଷ୍ଟାନ ବଣ୍ଟନ କରିଥିଲେ । ଏଥିରେ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ ବୋଲି କୁହାଯାଇଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା

