ଅନ୍ନପୂର୍ଣ୍ଣା ହୋଟେଲ ଭଙ୍ଗାରୁଜା ସହିତ କର୍ମଚାରୀମାନଙ୍କୁ ମରଣାନ୍ତକ ଆକ୍ରମଣ : ଥାନାରେ ମାମଲା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଷ୍ଟେସନବଜାରସ୍ଥିତ ଅନ୍ନପୂର୍ଣ୍ଣା ହୋଟେଲରେ ଗତ ୩ ତାରିଖ ସଂଧ୍ୟାରେ ରବିନ୍ଦ୍ର ନାଥ ଗିରି ଓ ଚିତ୍ତରଂଜନ ପଲେଇ ନାମକ ୨ ଯୁବକ ଆସି କେତେକ ଅଶାଳୀନ ଭାଷା ଓ ଧମକ ଚମକ୍ ଦେଇଥିବାର ଅଭିଯୋଗ ହୋଇଛି । ହୋଟେଲର କର୍ମଚାରୀ ଓଳିନ୍ଦା ଗ୍ରାମର ଉତ୍ତମ ପାତ୍ର ମଧ୍ୟ ଅଭିଯୁକ୍ତ ମାନଙ୍କ ରୋଷର ଶୀକାର ହୋଇ ଆହତ ହୋଇ ବାଲେଶ୍ୱରରେ ଚିକିତ୍ସିତ ହୋଇଛନ୍ତି । ହୋଟେଲର ଆସବାପତ୍ର ଭଙ୍ଗାରୁଜା ହୋଇଥିବାରୁ ଏ ସଂପର୍କରେ ହେଟେଲ ମାଲିକ ରାଧାଶ୍ୟାମ ସାହୁଙ୍କ ଏତାଲାମୂଳେ ଥାନାରେ ଏକ ମାମଲା ରୁଜୁ ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା