

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡ଼ିଶାରୁ ବାହାର ରାଜ୍ୟକୁ ଯିବା ପାଇଁ ରାଜ୍ୟ ସରକାର ଆଣିଛନ୍ତି ଇ-ପାସ୍ ବ୍ୟବସ୍ଥା । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଓଡ଼ିଶାରେ ଅଟକି ରହିଥିବା ବାହାର ରାଜ୍ୟର ଲୋକେ ଏହି ଇ-ପାସ୍ ସହାୟତାରେ ନିଜ ଘରକୁ ଫେରିପାରିବେ । ସେହିପରି ଜରୁରୀ କାମ ଓ ଚିକିତ୍ସା ସେବା ଚାହୁଁଥିବା ଲୋକେ ମଧ୍ୟ ଏହି ଇ-ପାସ୍ ପାଇଁ ଆବେଦନ କରିପାରିବେ । ଏଥିପାଇଁ https://covid19.odisha.gov.in/ ୱେବସାଇଟରେ ଲଗ୍ଇନ୍ କରିବାକୁ ହେବ । ପ୍ରଥମେ ନିଜ ଯାତ୍ରା ସମ୍ପର୍କରେ ସବିଶେଷ ସୂଚନା ଦେଇ ଆବେଦନ କରିବାକୁ ପଡ଼ିବ । ଏପରିକି ଡ୍ରାଇଭର ଓ ଗାଡ଼ି ବାବଦରେ ମଧ୍ୟ ସୂଚନା ଦେବାକୁ ହେବ । ଜିଲ୍ଲା ପ୍ରଶାସନ ଏହି ଆବେଦନକୁ ଯାଞ୍ଚ୍ କରି ଅନୁମୋଦନ ଦେବା ପରେ ଇ-ପାସ୍ ମିଳିବ । ଅନଲାଇନରେ ଏହି ଇ-ପାସକୁ ଡାଉନଲୋଡ୍ କରି ପ୍ରିଣ୍ଟ କରିପାରିବେ । ଚେକିଂବେଳେ ଏହାକୁ ଦେଖାଇବାକୁ ହେବ ।
ରିପୋର୍ଟ : ଆକାଶ ମିଶ୍ର