ସୃଷ୍ଟିରେ ଯେଉଁ ଜୀବ ବୁଦ୍ଧି, ଜ୍ଞାନ ବାକଶକ୍ତୀ ତଥା ବୋଧଗମ୍ୟତା ଦୃଷ୍ଟିରୁ ଶ୍ରେଷ୍ଠ ବିବେଚିତ ହୋଇପାରିଛି ସେ ହେଉଛି ମାନବ । ଜଗନ୍ନାଥ ଦାସଙ୍କ ଭାଗବତ ବାଣୀ ମୋ ମନରେ ଏଇଠି ଆସେ ,
“ଅନେକ ଜନ୍ମ ତପ ବଳେ,
ମାନବ ଜନ୍ମ ମହୀ ତଳେ । ”
ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସେ ସଂସାରରେ ଶ୍ରେଷ୍ଠ ବିବେଚିତ ହୁଏ ତାର ବିବେକ ଯୋଗୁଁ । ସାରା ଦୁନିଆଁରେ ଅନେକ ପ୍ରକାରର ମଣିଷ ଅଛନ୍ତି । ସବୁ ଲୋକ ମାନଙ୍କର ଭିନ୍ନ ଭିନ୍ନ ଇଚ୍ଛା, ଅଲଗା ଅଲଗା ମନୋବୃତ୍ତି । ବିବିଧ ଓ ବିଚିତ୍ର ଅନୁଭୂତି ମାନ ଦେଇ ସମାଜର ସଭ୍ୟତା ଗତିଶୀଳ ହୁଏ । ନିର୍ଦ୍ଧିଷ୍ଟ ଦୃଷ୍ଟିଭଙ୍ଗୀ ଓ ବିଚାର ବୋଧ ଅନେକ ଆସ୍ଥାଶୀଳ ନୁହନ୍ତି । ନିଜର ସ୍ବାର୍ଥ ଆଉ କାମନାକୁ ଚରିତାର୍ଥ କରିବାକୁ ଯାଇ ମାନବ ବିବେକ ଖଟାଇ ପାରେନା । ପଶୁର ସମସ୍ତ ଗୁଣକୁ ପ୍ରକାଶ କରେ । ଆଜି ଖାଲି ଲୋପ ପାଇଛି କହିଲେ ଇତିହାସ ବା ପୁରାଣକୁ ଆମେ ଭୁଲି ଯାଉଛେ କହିଲେ ଅତ୍ୟୁକ୍ତି ହେବ ନାହିିଁ । ପୂର୍ବ ସମୟର କଥା ହେଉକି ବର୍ତ୍ତମାନ ସମାଜର କଥା ହେଉ, ପୁର୍ବ ହେଉ କି ପାଶ୍ଚାତ୍ୟ ଦେଶ ହେଉ, ସଂସାରରେ କିଛି ମଣିଷ ଅଛନ୍ତି, ଯେ କାହାର ଦୁଃଖ ବୁଝିବାକୁ ଚାହାଁନ୍ତି ନାହିଁ । କାହା ହୃଦୟ ପଡ଼ି ଗଡି ଯାଉ, କେ ଝୁରି ମରି ଯାଉ ପଚି ସଢ଼ି ଯାଉ, ସେମାନଙ୍କର ଯା ଆସ ନାହିଁ । ମଣିଷର ଦୁଃଖ କଷ୍ଟ ଯାତନା ଯନ୍ତ୍ରଣା ପ୍ରତି ଚିନ୍ତା ନାହିଁ କି ଧ୍ୟାନ ନାହିଁ ତାଙ୍କରି ଭାବନାରେ । ପେଟେ ଓଦା କନା ଦେଇ ଆଉଟୁ ପାଉଟୁ ହୋଇ ଭୋକେ ବଞ୍ଚୁଥିବା ବ୍ୟାକୁଳ ଲୋକଙ୍କ ପ୍ରତି ବେଦନାର ଅନୁଭବ ବା ଚିନ୍ତା ନାହିଁ ସେମାନଙ୍କର । ଏହା ପାଶବିକ ପ୍ରବୃତ୍ତି । ମଣିଷ ପାଇଁ ଚାରିତ୍ରିକ ଲକ୍ଷଣ ଯେତିକି ଗୁରୁତ୍ୱ ପୂର୍ଣ୍ଣ ନୁହେଁ ତା’ଠାରୁ ଅଧିକ ଗୁରୁତ୍ୱ ପୂର୍ଣ ତାର ଆର୍ଥିକ ଓ ସାମାଜିକ ସ୍ଥିତି କାରଣ ଚାରିତ୍ରିକ ଲକ୍ଷଣ ଆର୍ଥିକ ଓ ସାମାଜିକ ଅବସ୍ଥା ଉପରେ ନିର୍ଭର କରେ । ବିବିଧ ଓ ବିଚିତ୍ର ଅନୁଭୂତି ମାନ ଦେଇ ସମାଜର ସଭ୍ୟତା ଗତିଶୀଳ ହୁଏ । ନିର୍ଦ୍ଧିଷ୍ଟ ଦୃଷ୍ଟିଭଙ୍ଗୀ ଓ ବିଚାର ବୋଧ ଅନେକ ଚିରସ୍ଥାୟୀ ନୁହନ୍ତି । ଉଦାହରଣ ସ୍ୱରୁପ, ସମୟ ଥିଲା ଏହା କୁହାଯାଉଥିଲା ଯେ ଯେଉଁ ଠାରେ ନାରୀର ପୂଜା ହୁଏ ସେଠାରେ ସମସ୍ତ ଦେବୀ ଦେବତା ପୂଜା ପାଆନ୍ତି । ତାପରେ ଏକ ସମାଜ ଆସିଲା, ନାରୀକୁ ଏକ ଦ୍ରବ୍ୟର ଆସନରେ ବସାଇ ପୁଅ, ଝିଅ ଭିତରେ ଭେଦ ଭାବ କଲେ, ବିନା ଆଶ୍ରେ ନବର୍ତ୍ତନ୍ତି ବନିତା କହିଲେ, ଝିଅ ଜନମ ପର ଘରକୁ କହିଲେ, ସେ ଶିକ୍ଷିତ ହେବ ନାହିଁ ବୋଲି ଯୁକ୍ତି କଲେ । ଫଳରେ ନାରୀକୁ ଜନ୍ମ ହେବା ପୂର୍ବରୁ ମାରି ଦେଲେ, ଦେହର ସୁଖ ମେଣ୍ଟେଇବା ପାଇଁ ନାରୀ । ନିରୀହ ଶିଶୁକୁ ମଧ୍ୟ ଧର୍ଷଣ କଲେ, ନାରୀ ନିଜକୁ ସଜେଇ ନିଜର ରୂପ ମାଧୁର୍ଯ୍ୟ ବଳରେ ନିଜ ସ୍ବାମୀଙ୍କୁ ବାନ୍ଧି ରଖି ତାଙ୍କ ସହ ସମୟ ବିତେଇବା ତାହାର କର୍ତ୍ତବ୍ୟ ବୋଲି ଭାବିଲେ । ସେଥିପାଇଁ ବହୁ କର୍ମ ଗୁଡିକୁ ନାରୀ ଅତ୍ୟାଚାର ବୋଲି ଦଣ୍ଡନୀୟ କରାହୋଇଛି । ବର୍ତ୍ତମାନ ସମାଜରେ ନାରୀ ଆଗକୁ ଚାଲିଗଲାଣି, ପୁଅ, ଯାହା କରିପାରିବ, ଝିଅ ମଧ୍ୟ ତା ଠାରୁ ଅଧିକ ଆଗକୁ ବଢିଗଲେଣି, ନାରୀ ସମାଜ ଏବେ ସବୁ ଦିଗରେ ଆଗୁଆ ପୁଅଙ୍କ ଠାରୁ । ଏହା ହୋଇ ପାରିଛି ସାବିତ୍ରୀ ବାଇ ଫୁଲେ ଭଳି ବହୁ ଶିକ୍ଷିତ ନାରୀ ମାନଙ୍କ ପାଇଁ ଯେଉଁମାନେ ସମାଜକୁ ଶିକ୍ଷିତ କରିବା ପାଇଁ କେତେ ଝଡ଼, ବାତ୍ୟା, ଲୋକଙ୍କ ନିନ୍ଦା, ଅପବାଦ ସହିକି ନାରୀର ନ୍ୟାୟ ପାଇଁ ଲଢ଼ିଛନ୍ତି । ଯୁଗେ ଯୁଗେ ମଣିଷର ପାଶବିକ ପ୍ରବୃତ୍ତି ରହି ଆସିଛି । ପାଶବିକ ପ୍ରବୃତ୍ତିରେ ଜଘନ୍ୟ କର୍ମରେ ଲିପ୍ତ ରୁହେ । ଏହା ସାମାଜିକ ଶାନ୍ତି ବ୍ୟବସ୍ଥାକୁ ଦୋହଲାଏ । ସେଥିପାଇଁ ସେହି କର୍ମ ଗୁଡିକୁ ଦଣ୍ଡନୀୟ କରାହୁଏ । ଆମେ ସେଗୁଡିକୁ ଅପରାଧ ବୋଲି ଆଖ୍ୟା ଦେଇଥାଉ । ବର୍ଷ ବର୍ଷର ଗବେଷଣା ପରେ ମଧ୍ୟ ମନୋବିଜ୍ଞାନୀ ମାନେ ସମାଜରୁ ଅପରାଧ ଲୋପ ହୋଇଯିବ, ଏକଥା ଜାଣିବାକୁ ସମର୍ଥ ହୋଇ ପାରି ନାହାଁନ୍ତି । ଅପରାଧ ରୋକାଯାଇ ପାରେ, ଦୂର କରିବା ସମ୍ଭବ ନୁହେଁ ।
ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ