

ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ଅଫିସର୍ସ ଫିଟନେସ କ୍ଳବ ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । କ୍ଳବ ପରିସରରେ ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ୟବହାର ନିମନ୍ତେ ଥିବା ବ୍ୟାୟାମ ଯନ୍ତ୍ରପାତି ଗୁଡିକୁ ଜିଲ୍ଲାପାଳ, ପିଡି ଏବଂ ବିଧାୟକମାନେ ତଦାରଖ କରିବା ନିଜେ କିଛି ସମୟ ଧରି ବ୍ୟାୟାମ କରିଥିଲେ । ଜାତୀୟ ସ୍ତରରେ ସ୍ଵର୍ଣ୍ଣପଦକ ହାସଲ କରିଥିବା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀ ଏସ.ରାଜେଶ ବାବୁ ଆଚାରୀ ପ୍ରଶିକ୍ଷଣ ଦାୟିତ୍ୱ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


My name is ram Krishna mohanty