![ଅବକାରୀ ଚଢାଉ : ୧୭୫ ଲିଟର ଚୋରାମଦ ଜବତ୍, ୫ ଗିରଫ…](https://i0.wp.com/www.samrudhaodisha.com/wp-content/uploads/2019/07/californias-proposition-47-crime-and-no-consequences-1.jpg?fit=789%2C460&ssl=1)
![](https://i0.wp.com/www.samrudhaodisha.com/wp-content/uploads/2020/02/5-arrest-in-liquare-matter-Jls.jpg?resize=640%2C853&ssl=1)
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଶନିବାର ସକାଳେ ବାଲେଶ୍ୱର ଜିଲା ଅବକାରୀ ଜିଲା ଏସ୍ପି ବିବେକାନନ୍ଦ ନାୟକଙ୍କ ସୂଚନା ଅନୁଯାୟୀ ଜଳେଶ୍ୱର ଅବକାରୀ ଓଆଇସି ହରପ୍ରସାଦ ରଣାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏକ ୫ଜଣିଆ ଟିମ୍ ଜଳେଶ୍ୱରର କୁବାଡିଆ, ମହମ୍ମଦନଗର ପାଟଣା, ସେକ୍ସରାଇ, ଚାଲନ୍ତି, ଶାଳିକୋଡା, ଚକର୍ଜ୍ଜୁନୀ, ଆରୁହା, ଗୋପ, ବିରିଶପୁର ଗ୍ରାମରେ ଚଢାଉକରିଥିଲେ । ଏଥିରେ କୁବାଡିଆ (ଜଳେଶ୍ୱରପୁରର) ଦୁବାୟ କିସ୍କୁ, ଚାଲନ୍ତିର ପଦ୍ମିନୀ ସିଂ, ସେକ୍ସରାଇର ବିଶ୍ୱଜିତ୍ ଅଣ୍ଡିଆ, ଗୋପର ବାସନ୍ତୀ ଦେହୁରୀ, ବିରିଶପୁରର ବିମ୍ବାଧର ସିଂ ପ୍ରମୁଖଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୧୭୦ଲି. ପଶ୍ଚିମବଂଗ ଦେଶ ମଦ ଓ ୪.୨୦୦ ମି.ଲି କଣ୍ଟ୍ରି ସ୍ପିରିଟ୍ ଜବତ୍ କରାଯାଇଛି । ଏଥିରେ ୫ଟି ମାମଲା ରୁଜୁ ହୋଇଥିବା ବେଳେ ଏଏସ୍ଆଇ ଦଳଗୋବିନ୍ଦ ଧଳ, ରାଜୀବ କୁମାର ଭଂଜ, ମଙ୍ଗଳ ସିଂ, ମିନତୀ ଜେନା ପ୍ରମୁଖ ସାମିଲ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା