

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଜିଲ୍ଲା ଭାମ୍ୟାମାଣ ସଂସ୍ଥା ଗଂଜାମ ନିରୀକ୍ଷକ ପ୍ରୀତିଧାରା ନାୟକ ଓ ଖଲ୍ଲିକୋଟ ଅବକାରୀ ଥାନା ଅଧିକାରୀ ଉମାକାନ୍ତ ସ୍ୱାଇଁ ଓ ଷ୍ଟାଫଙ୍କ ଦ୍ୱାରା ରମ୍ଭା ଥାନା ଅନ୍ତର୍ଗତ ରମ୍ଭା ଏନଏସି ଓ କୋଦଳା ଥାନା ଅନ୍ତର୍ଗତ ଖଣ୍ଡିଆନଈ ଗ୍ରାମରେ ଚଢ଼ାଉ କରାଯାଇଛି । ସୂଚନା ଅନୁଯାୟୀ ଏଥିରେ ବେଆଇନି ମଦ ବିକ୍ରି ଅଭିଯୋଗରେ ମୋଟ ଚାରି ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ରମ୍ଭା ଏନଏସିର ନରସିଂହ ପାତ୍ର ଓ ଭାଗିରଥି ଦାସ, ଖଣ୍ଡିଆଣଇ ଗ୍ରାମର ପୂର୍ଣ୍ଣ ଦାସ ଓ ନରି ଦାସ ଗିରଫ ହୋଇଥିବା ଜଣାଯାଇଛି । ଏ ଚଢ଼ାଉରେ ମୋଟ ୨୨ ଲିଟର ବେଆଇନି ଚୋରା ଦେଶୀ ମଦ, ୯.୨ ଲିଟର ଭାଟି ମଦ ଓ ୨.୭ ଲିଟର ବିଦେଶୀ ମଦ ଆଇଏମଏଫଏଲ ଜବତ କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
