ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ଉତ୍ତର ବାଲେଶ୍ୱରରେ ବ୍ୟାପକ ଚୋରାମଦ କାରବାର ଚାଲିଥିବା ଜଣାଯିବା ପରେ ଅବକାରୀ ଏସ୍ପି ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ଓଆଇସି ହରପ୍ରସାଦ ରଣାଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢାଉ କାର୍ଯ୍ୟ କରାଯାଇଛି । ଉତ୍ତର ବଲେଶ୍ୱରରେ ଗଢାଯାଇଥିବା ଏହି ଟିମ୍ରେ ଜଳେଶ୍ୱର ଅବକାରୀ ଓଆଇସି ଶ୍ରୀ ରଣା, ବସ୍ତା ଅବକାରୀ ଏଏସ୍ଆଇ ମାନଗୋବିନ୍ଦ ମହାପାତ୍ର, ରାଜୀବ କୁମାର ଭଂଜ, ମଂଗଲ ସିଂ, ମିନତୀ ଜେନା, ଶଶିକାନ୍ତ ସାହୁ, ବାବାଜୀ ପଣ୍ଡିତ, ସୃଷ୍ଟିଧର ଦେହୁରୀ ସାମିଲ ହୋଇଥିଲେ । ଏହି ଟିମ୍ ପକ୍ଷରୁ ଭୋଗରାଇ ଥାନାର ବାରବାଟିଆ, ଚନ୍ଦନେଶ୍ୱର, ବସ୍ତା ଥାନାର ପତ୍ରଝଡା, କରଞ୍ଜିଆ, ରୂପ୍ସା ଥାନାରା ଲଛମନ ଖୁଣ୍ଟା, ନୂଆଗାଁ, ସିଂଲା ଥାନାର ଜାମଶୋଳିରେ ଚଢାଉ କରାଯାଇ ୧୭୬ଲିଟର ଚୋରାମଦ ଜବତ୍ ହୋଇଛି । କରଞ୍ଜିଆ ଗାଁର ଝୁମୁରୀ ରାମ, ନୂଆଗାଁର ମଙ୍ଗଳ ବେସ୍ରା, ଜାମଶୋଳିର ସାଲେଗେ ମୁର୍ମୁ, ଲଛମନଖୁଣ୍ଟାର ସୁବାଶ ଚନ୍ଦ୍ର ମଢୁଆଳ, ବାରବାଟିଆର ବାସନ୍ତି ଟୁଡୁ ଓ କୁଆଁର ହାଁସଦାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏପରି ଏକ ବଡ ଧରଣର ଚଢାଉ ପରେ ଆଜି ମଙ୍ଗଳବାର ଚୋରା ମଦ ବ୍ୟବସାୟୀଙ୍କ ମନରେ ଛନକା ପଶିଛି ।
ରିପୋର୍ଟ : ଭୂପତି କୁମାର ପରିଡା