ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦକାରବାର ଉପରେ ଚଢଉ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦକାରବାର ଉପରେ ଚଢଉ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୂଯାୟୀ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ ପ୍ରତ୍ୟକ୍ଷ ତତ୍ତ୍ୱାଧାନରେ ଗଞ୍ଜାମ ଅବକାରୀ ଅଧିକ୍ଷୀକ ରାମଚନ୍ଦ୍ର ମିଶ୍ରଙ୍କ ଏକ ଟିମ୍ ଚମାଖଣ୍ଡି ଥାନା ଅନ୍ତର୍ଗତ ଉପୁଲାପୁଟି ଗ୍ରାମର ଓଡିଆରପି କଲୋନୀର ଲକ୍ଷ୍ମୀସାହୁଙ୍କ ରହୁଥିବା ଘର ଉପରେ ବେଆଇନ ଭାବେ ମଦକାରବାର ନେଇ ଚଢାଉ କରିଥିଲେ । ଚଢ଼ାଉ କରି ସେଠାରେ ୫୬.୧୬ ବିଦେଶୀ ମଦ, ୨୪ଲିଟର ବିୟର, ୫୦ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଲକ୍ଷ୍ମୀ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣା କରିଛନ୍ତି । ଏହି ଚଢାଉରେ ଅବକାରୀ ବିଭାଗର ଉପଅଧୀକ୍ଷୀକ ଅଭିରାମ ବେହେରା, ସଦର ଇନିସପେକ୍ଟର ଗଙ୍ଗା ପାଇକରାୟ, ଛତ୍ରପୁର ଅବକାରୀ ଅଧିକାରୀ ଉମାକାନ୍ତ ସ୍ୱାଇଁ, ଏଏସଆଇ ବି ଅଭିରାମ ପଟ୍ଟନାୟକ, ଆସିକା ଏଏସଆଇ ସୁନୀତା ପଣ୍ଡା, କନଷ୍ଟେବଲ ବସନ୍ତ କୁମାର ଜେନା, ସୁରଜିତ ପ୍ରଧାନ, ମନୋରଂଜନ ସେଠୀ, କେ.କାମେଶ୍ୱର, ଜଗନ୍ନାଥ ଶତପଥୀ, ଦେବାଶିକ୍ଷ ମହାପାତ୍ର, ମଧୁସୂଦନ ଜାନି, ଅନନ୍ତ କହଁର ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା