ଅବସରପ୍ରାପ୍ତ ଶିକ୍ଷକ-ଅଧ୍ୟାପକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୪୧ହଜାର ଟଙ୍କା ଦାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନାର ସହାୟତା, ଚିକିତ୍ସା ଓ ସଚେତନତା ଲାଗି ରାଜ୍ୟର ବିଭିନ୍ନ ସ୍ଥାନରୁ ସରକାରଙ୍କୁ ସହାୟତାର ହାତ ବଢାଉଥିବା ବେଳେ ଜଳେଶ୍ୱରର କେତେକ ଅନୁଷ୍ଠାନ ମଧ୍ୟ ସହାୟତାର ହାତ ବଢାଇ ଆସୁଛନ୍ତି । ଜଳେଶ୍ୱର ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ଓ ଅଧ୍ୟାପକ ସଂଘ ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣର ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ କରୋନା ରିଲିଫ ପାଣ୍ଠିକୁ ଆଜି ୪୧ହଜାର୦୯୧ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଆଜି ଏହି ସଂଘର ସଭାପତି ରାଜାରାମ କର ସର୍ମା, ସଂପାଦକ ଲଳିତ ରଞ୍ଜନ ସେନାପତି, ଉପଦେଷ୍ଟା ଖଗେନ୍ଦ୍ର ନାଥ ସାହୁ, ଡ. ରମାକାନ୍ତ ଭଂଜ, ସୁନୀଲ କୁମାର ନାୟକ ପ୍ରମୁଖ ଜଳେଶ୍ୱର ପୌର ଅଧିକାରୀ ଅଜୟ କୁମାର ମହାପାତ୍ରଙ୍କୁ ୪୧ହଜାର ୯୦ ଟଙ୍କାର ଡ୍ରାପ୍ଟ ହସ୍ତାନ୍ତର କରିଥିବା ବେଳେ ଆସନ୍ତା ଦିନରେ ଅନ୍ୟ ସହାୟତା କରିପାରନ୍ତି ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଡ. ଶ୍ରୀକାନ୍ତ ଚରଣ ପାତ୍ର, ଈଶ୍ୱର ଚନ୍ଦ୍ର ଜେନା, କପିଳେଶ୍ୱର ମହାନ୍ତି, ଶ୍ୟାମାଚରଣ ଦାସ, ଅନନ୍ତ ବେହେରା, ଫନୀଭୂଷଣା ଭୂୟାଁ, ରଜନୀକାନ୍ତ ଭୂୟାଁ, ମନୋରଞ୍ଜନ ଦାସ ମହାପାତ୍ର, ସୁବଳ ଚନ୍ଦ୍ର ପରିଡା, ସୁଧାଂଶୁ ସେଖର ପ୍ରଧାନ, ଜିତାରାମ ଦେ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବିଭୁତି କୁମାର ଦାସ, ବନମାଳି ଧଳ, ଭାଗବତ ତନ୍ଦ୍ର ପରିଡା, କାଳିଚରଣ ପୃଷ୍ଟି, ପୂର୍ଣ୍ଣଚନ୍ଦ୍ର ଓଝା, ଅନନ୍ତ ଦତ୍ତ, ପ୍ରଫୁଲ୍ଲ କୁମାର ପାଠୀ, ବେଣୁଧର ଅଣ୍ଡିଆ, ମାନସ ଦାସ, ଚନ୍ଦ୍ର ମୋହନ କାପୁଡି, ଆଶୁତୋଷ ପଟ୍ଟନାୟକ, ଫନୀଭୂଷଣା ନାଗ, ପ୍ରଫୁଲ୍ଲ ଦାସ, ନବ କୁମାର ଦାସ, କାର୍ତ୍ତିକ ଚନ୍ଦ୍ର ଦାସ, ସୁଶାନ୍ତ ପରିଡା, ଶଶାଙ୍କ ସେଖର ମହାନ୍ତି ପ୍ରମୁଖ ବହୁ ଅବସରପ୍ରାପ୍ତ ଶିକ୍ଷକ ଓ ଅଧ୍ୟାପକ ଏହି ସହାୟତାରେ ସାମିଲ ହୋଇଛନ୍ତି । ପ୍ରକାଶଯୋଗ୍ୟ ଅବସରପ୍ରାପ୍ତ ଶିକ୍ଷକ ସୁନୀଲ କୁମାର ନାୟକ ଓ ତାଙ୍କ ସହଧର୍ମିଣୀ ସୁଷମା ଭୂୟାଁ ମୁଖ୍ୟ ମନ୍ତ୍ରୀ ଓ ପ୍ରଧାନ ମନ୍ତ୍ରୀଙ୍କ ରିଲିଫ ପାଣ୍ଟିକୁ ୪୦ହଜାର ୩୦୪ ଟଙ୍କା ଓ ସ୍ଥାନୀୟ ଅଞ୍ଚଳରେ ମାକ୍ସ ବଣ୍ଟନ ପାଇଁ ପୌର ଅଧିକାରୀଙ୍କୁ ୫ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା