

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)- ଗଂଜାମ ଜିଲ୍ଲା ପୁରୋଷୋତ୍ତମପୁର ବ୍ଲକ୍ ଜାମୁନୀ ଗ୍ରାମପଞ୍ଚାୟତ ଅଶୋକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ/ଶିକ୍ଷୟତ୍ରୀ/ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେଇଥିଲା। ସ୍କୁଲ ର ପ୍ରଧାନ ଶିକ୍ଷକ ଶିଶିର କୁମାର ଷଡଙ୍ଗୀ ମୁଖ୍ୟ ବକ୍ତା ଭାବେ ଅଭିଭାଷଣ ଦେଇଥିଲେ। ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ଇନ୍ଦ୍ରଜିତ ନାଇକ ଯୋଗଦେଇଥିଲେ। ସ୍କୁଲ ର ସଭାପତି ଓ ଶିକ୍ଷକ/ ଶିକ୍ଷୟତ୍ରୀ/ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସମସ୍ତ ପ୍ରକାର ବିଷୟ ବସ୍ତୁ ଉପରେ ପ୍ରଧାନ ଶିକ୍ଷକ ଆଲୋଚନା କରିଥିଲେ। ସ୍କୁଲ ରେ ଛାତ୍ରଛାତ୍ରୀ ପାଞ୍ଚ ଶହ ରୁ ଉର୍ଦ୍ଦ ଅଧ୍ୟୟନ କରନ୍ତି। ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ , ସ୍କୁଲ ରେ ଅବିବାହାକ ମାନଙ୍କର ସହଯୋଗ ଦରକାର ପଡେ ବୋଲି ସ୍କୁଲର କମିଟି ପକ୍ଷରୁ କୁହାଯାଇଛି । ଶେଷରେ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ -ରଜତ ପଟ୍ଟନାୟକ
