ଜଳେଶ୍ୱର (ସମୃଦ୍ଧ ଓଡିଶା) ଏକଦା କୋଲକତା ଫୁଟପାଥରେ ଉଠାଦୋକାନୀ ଭାବେ କାର୍ଯ୍ୟ କରୁଥିବା ସୁକୁମାର ଦାସଗୁପ୍ତ ଆଜି ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅନ୍ତର୍ଗତ ସେକସରାଇ ରେଳ ଫାଟକ ନିକଟରେ ଏକ ବ୍ରାଉନ୍ସୁଗର ବ୍ୟବସାୟୀ ଭାବେ ପରିଚିତ । ଦୀର୍ଘବର୍ଷରୁ ସେ କୋଲକତାରୁ ଆସି ସେକସରାଇ ରେଳଫାଟକ ନିକଟ ପୁର୍ତ୍ତବିଭାଗ ସ୍ଥାନରେ ଘର କରି ରହି ଆସୁଥିଲା । ପୂର୍ବରୁ ମଦ, ଗଞ୍ଜେଇ, କାରବାର କରୁଥିବା ବେଳେ ଏବେ ଧଳ ଜହର ବ୍ୟବସାୟ କରୁଥିଲା । ଏ ସଂପର୍କରେ ଜାଣି ଗ୍ରାମବାସୀମାନେ ବାରମ୍ବାର ତାଗିଦ୍ କରିଥିଲେ । କିନ୍ତୁ ଏ ସବୁକୁ ସେ ହେୟଜ୍ଞାନ ମନେକରି ସବୁଦିନ ଧଳଜହର ବ୍ୟବସାୟ କରି ଆସୁଥିଲା । ଆଜି ଜଣେ ଅଜଣା ବ୍ୟକ୍ତି ତାକୁ କିଛି ପୁଡିଆ ଦେଇ ଚାଲିଯିବାର ଜାଣି ଗ୍ରାମବାସୀ ଚଢାଉ କରିଥିଲେ । ତା ନିକଟରୁ ଧଳାଜହର ପୁଡିଆ ବାହାରିବା ପରେ ଜଳେଶ୍ୱର ଥାନାକୁ ଖବର ଦେଇଥିଲେ । ଜଳେଶ୍ୱର ଘଟଣାସ୍ଥଳକୁ ଯାଇ ୧୦ ଗ୍ରାମ ଓଜନର ଧଳ ଜହର ଜବତ୍ କରିବା ସହ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ରିପୋର୍ଟ : ଭୂପତି କୁମାର ପରିଡା