

ଛତ୍ରପୁର (ସମୃଦ୍ଧ ଓଡିଶା) ଡିଆରଡିଏ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ସ୍ଥାନୀୟ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ ଛତ୍ରପୁର ଉପଖଣ୍ଡ ସମେତ ଜିଲ୍ଲାର ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ । ଏଥିରେ ମୋ କୁଡ଼ିଆ, ପାନୀୟ ଜଳ ଯୋଗାଣ, ରାସନକାର୍ଡ, ଶିକ୍ଷା, ବିଜୁ ପକ୍କା ଘର, ବାର୍ଦ୍ଧକ୍ୟ ଭର୍ତ୍ତା, ଭିନ୍ନକ୍ଷମ ଭର୍ତ୍ତା ସମେତ ବିଭିନ୍ନ ଘଟଣା ଉପରେ ଜନସାଧାରଣଙ୍କ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଅଭିଯୋଗ ଗ୍ରହଣ କରିଥିଲେ । ଏହି ଅଭିଯୋଗ ଶୁଣାଣିରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଗ୍ରିଭାନ୍ସ ଅଧିକାରୀ ତଥା ଆସିସଷ୍ଟାଣ୍ଟ କଲେକ୍ଟର ଚାବିରାଣୀ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା, ଡିପିସି ବିନିତା ସେନାପତିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଗଞ୍ଜାମ ବ୍ଲକର ହୁମ୍ମା ପଞ୍ଚାୟତର ବଳଦିଆ ଢ଼ିହ ଗ୍ରାମର ଦଳିତ ସାହିର ୨୦ଜଣ ବାସିନ୍ଦା ସେମାନଙ୍କୁ ଘର ପଟ୍ଟା ପ୍ରଦାନ ନିମନ୍ତେ ଅଭିଯୋଗ ଶୁଣାଣୀରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଆଜିକୁ ୪୦ ବର୍ଷ ହେଲା ଆମେ ଏଠାରେ ଘର ତିଆରି କରି ବସବାସ କରିଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆମର ଘର ଢ଼ିହର ପଟ୍ଟା ପ୍ରଦାନ କରାଯାଉନାହିଁ । ସେଥିପାଇଁ ଆମେ ବିଭିନ୍ନ ସମସ୍ୟାର ସମ୍ମୁଖୀନ କରୁଛୁ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା








