ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ…

ପୋଲସରା (ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ପାଣ୍ଡିରିପଡ଼ା ଗ୍ରାମ ପଞ୍ଚାୟତ ସଭା ଗୃହରେ ଜାନୁଆରୀ ୫ ତାରିଖ ଦିନ ଗୋଷ୍ଠୀ ଉନ୍ନୟନ ଅଧକାରୀ ଶମ୍ଭୁନାଥ ନନ୍ଦୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଲୋକମାନଙ୍କ ବିଭିନ୍ନ ଅଭାବ ଅସୁବିଧାର ଅଭିଯୋଗ ଗ୍ରହଣ କରି ସମାଧାନ କରିଥିଲେ । ଅଭିଯୋଗ ଗୁଡ଼ିକ ମଧ୍ୟରେ ଭତ୍ତା, ରାସନ କାର୍ଡ଼, ବିଭିନ୍ନ ପ୍ରକଳ୍ପ ବିଷୟ ରହିଥିବା ବେଳେ ଆଇନ ଅନୁଯାୟୀ ଭତ୍ତା ଓ ରାସନ କାର୍ଡ଼ କାର୍ଯ୍ୟକାରୀ କରିବା ସହ ପାଞ୍ଚାୟତର ବିଭିନ୍ନ ଆବଶ୍ୟକ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ଼, ଅନ୍ୟାନ୍ୟ ବ୍ଲକ କର୍ମଚାରୀ ବୃନ୍ଦ, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ ସଭ୍ୟା, ବରିଷ୍ଠ ନାଗରିକ ଓ ସାଧାରଣ ଜନତା ଯୋଗ ଦେଇଥିଲେ ।