ସାରା ରାତି କ୍ଲାନ୍ତିର ଅଝଟ ପଣରେ ଯେ ସଜଉ ଥାଏ ଏକାତ୍ମପଣର ଅଙ୍ଗବାସ, ଯାହା ପାଇଁ ପ୍ରେମ ଚନ୍ଦନ ବନରେ ତୁଳସୀ ବାସ୍ନାର ମୋହ। ଧୀରେ ଧୀରେ ସ୍ପର୍ଶ ଟିଏ ଫିଙ୍ଗିଦିଏ ନୀଳ ଆକାଶକୁ, ଉଡି ଯାଉଥିବା ପବନର ଆତ୍ମୀୟତା ପଣର ଆବେଗ। ଯାହା ପାଇଁ ମଉଳା ଅପରାହ୍ନ ବି ଘଡିଏ ଅଟକି ଯାଏ,ସିଏ ସେହି ମହାନ୍ ଚିତ୍ରର ଯାଦୁଗର ମୋର ମାନେ ଅନାମିକାର ମହାନ୍ ପ୍ରେମିକ ଆଦିତ୍ୟ ମହାପାତ୍ର।ଯାହା ପାଇଁ ଫଗୁଣ ରଙ୍ଗ ହୋଇ ଝରିପଡେ ଓ ଶ୍ରାବଣ ଅଟକି ଯାଏ କିଛି ସମୟ,ସେହି ଆଦିତ୍ୟ ପାଇଁ ଆଜି କଲେଜ୍ କ୍ୟାମ୍ପସ୍ ସରଗରମ।ହିଟ ଲିଷ୍ଟ ରେ ଏଠି ପ୍ରତିଯୋଗିତା ପ୍ରେମିକାଙ୍କର କିନ୍ତୁ ଅନାମିକା ର ପରମ ସୈାଭାଗ୍ୟ ଯେ ସେ ଲିଷ୍ଟରେ ନଥାଇ ବି ଆଦିତ୍ୟ ଙ୍କ ପ୍ରେମିକା। ବେଳେବେଳେ ଅନାମିକା ଆଶ୍ଚର୍ଯ୍ୟ ହୁଏ , କଲେଜରେ ଅନେକ ସୁନ୍ଦରୀ ଥାଉ ଥାଉ ଆଦିତ୍ୟ ଅନାମିକାକୁ ପ୍ରପୋଜ୍ କଲେ । ହଁ ନାହିଁ ର ଦୋଛକି ରାସ୍ତାରେ ନିଜ ମତଦାନ ନ ଦେଇ ପାରି ମଧ୍ୟ ସେ ଆଦିତ୍ୟ ଙ୍କ ପ୍ରେମିକା।ଅନେକ ଝିଅଙ୍କ ହୃଦୟ ଭାଙ୍ଗି ଆଦିତ୍ୟ କିନ୍ତୁ ଅନାମିକାକୁ ପ୍ରେମ ନିବେଦନ କରିଥିଲେ।ଅନେକ ଭାବି ଚିନ୍ତି ସେ ଆଦିତ୍ୟ ଙ୍କ ନୀଳ ଗୋଲାପକୁ ଗ୍ରହଣ କରିଥିଲା।ହେଲେ ଆଦିତ୍ୟ କେମିତି ଜାଣିଲେ ଯେ ନୀଳ ଗୋଲାପକୁ ଖୁବ୍ ଭଲପାଏ ବୋଲି। ସମୟର ଅବିରାମ୍ ଗତିରେ ପ୍ରେମ ବଢିଚାଲେ ଆଗକୁ।ଅନେକ ଆଶ୍ଵାସନା ଓ ଭରସା ପାଇ ପ୍ରେମର ମଞିଟା ମହାଦ୍ରୁମ ରେ ପରିଣତ ହୁଏ। ଆଜିକାଲିକା ଶସ୍ତା ପ୍ରେମ ଭଳି ନଥିଲା ଦୁହିଁଙ୍କର ପ୍ରେମ।ଗୋଟେ ଆପୋଷ ବୁଝାମଣା ଭିତରେ ଦୁହେଁ ଦୁହିଁଙ୍କୁ ଖୁବ୍ ଭଲ ପାଉଥିଲେ।ଏମିତି ଅନେକ ମୁହୂର୍ତ୍ତ ଦୁହେଁ ପରସ୍ପରକୁ କଥାଟିଏ ବି କୁହନ୍ତିନି କିନ୍ତୁ ଉଭୟଙ୍କ ଉପସ୍ଥିତି ସତେ ଯେମିତି ପ୍ରେମର ଯୁଗଳ ବନ୍ଦୀ ଗାଏ। ଏମିତି ଦିନେ ଆଦିତ୍ୟ ଙ୍କର ଅନୁରୋଧ ରେ ଅନାମିକା ଚାଲିଆସେ ବୁଲୀବାକୁ ଆଦିତ୍ୟ ଙ୍କ ବସାଘରକୁ। ହଠାତ୍ ଆଦିତ୍ୟ ଅନାମିକାର ହାତଧରି ଅଟକାଇ ଦେଲେ ଏବଂ ପଛପଟରୁ ତା ଆଖିକୁ ବୁଜି ଧରିଲେ। ଅନାମିକା ମୃଦୁ ଆକଟରେ ଆଦିତ୍ୟ ଙ୍କୁ ଆକଟିଲା କ’ଣ ହେଉଛି ଆଦିତ୍ୟ ଏ କ’ଣ ପାଗଳାମି ,ମତେ ଡାକି ଏତେ ଅନ୍ଧକାର କାହିଁକି କରିଛ ତୁମ ବସାଘରକୁ।କିଛି ସମୟ ପାଇଁ ନାରୀ ମନ ତଳେ କିଛି ଅଜଣା ଭୟ ସୃଷ୍ଟି ହେଲା। ଆଦିତ୍ୟ ତା ସହିତ———–
ନାଁ ନାଁ ସେ କେବେବି ଆଦିତ୍ୟ ଙ୍କୁ ଭୁଲ୍ ବୁଝିପାରେନା। ନିଜଠାରୁ ଅନେକ ବିଶ୍ବାସ ତାଙ୍କ ଉପରେ।ହେଲେ କିଛି କଥା ନାହିଁ ଏ କି ପ୍ରହସନ,ହେ ଭଗବାନ୍ ଯାହାବି ହେଉ ସବୁ ଭଲ ହେଉ। ଆଦିତ୍ୟ ଆଖି ଖୋଲିଦେଲେ ଅନାମିକାର ,ଏ କ’ଣ
ଆଦିତ୍ୟ ଙ୍କ ବସାଘର ଏମିତି ସଜାହୋଇଛି କ’ଣ ପାଇଁ।କାନ୍ଥ ସାରା ଅଙ୍କାଯାଇଛି ବିଭିଊ ଛବି ହେଲେ ଏସବୁତ ତାର ଛବି । ପ୍ରତ୍ୟେକ ଛବି ପାଖରେ ଗୋଟେ ଗୋଟେ ନୀଳ ଗୋଲାପ ଫୁଲ ମରାଯାଇଛି। ବିଭିନ୍ନ ପୋଜ୍ ରେ ଆଙ୍କିଛନ୍ତି ଆଦିତ୍ୟ ଖୁବ୍ ମନଦେଇ।ଘଡିଏ ଅଟକିଗଲା ଭାବନା ରାଜ୍ୟରେ।ଏମିତି ମୋନାଲିସା ର ହସ ଦିନେ ଲିନୋନାଦ ଦ୍ୟାଭିଞ୍ କୁ ପାଗଳ କରିଦେଇଥିବ।ବାସ୍ ସେଇ ଗୋଟିଏ ଚିତ୍ର ପାଇଁ ଯେ ଆଜି ଉଣା ଅଧିକେ ସମସ୍ତ ଙ୍କର ସେ ପ୍ରିୟ।ତେବେ ଅନାମିକା ତ ଏତେ ସୁନ୍ଦରୀ ବି ନୁହେଁ।ତା ଦେହର ରଙ୍ଗ ଜମାରୁ ଗୋରାନୁହେଁ। ତଥାପି ଏ ଶ୍ୟାମଳ ରଙ୍ଗ ଏମିତି ପାଗଳ କଲା ଆଦିତ୍ୟ ଙ୍କୁ।ଏ ଘରସାରା କେତେ ଯେ ଛବି ତା’ର ଆଙ୍କିଛନ୍ତି ସେ।କି ନିଋତା ପାଗଳପଣ।ଅଟକିଗଲା ଅନାମିକା ଶେଷ ଛବି ପାଖରେ ,ଏ କ’ଣ ଏମିତି ଛବିଟିଏ କେବେବି ଦେଖିନଥିଲା ଆଗରୁ କେବେ । ଅଭିସାରିକା ବେଶରେ ଆଙ୍କିଛନ୍ତି ଆଦିତ୍ୟ ସତେ ଯେମିତି ଏଇ ମିଳନର ଲଗ୍ନ ଖୁବ୍ ଶୀଘ୍ର ହେବ।ଏକା ଲୟରେ ଚାହିଁ ରହିଛି ଅନାମିକା। ଆଦିତ୍ୟ ନୀଳ ପରି ଭଳି ସଜେଇଛନ୍ତି ତାକୁ ଚିତ୍ରରେ।ଏତେ ଭଲ ପାଆନ୍ତି ତାକୁ।କେବେତ ମନ ଖୋଲି କହି ନାହାଁନ୍ତି ସେ ଏତେ ଭଲ ପାଆନ୍ତି ବୋଲି। କେମିତି ଖୁସି କରିବ ଏ ପାଗଳ ପ୍ରେମିକକୁ।କେବେବି ଅନ୍ୟ ପ୍ରେମୀ ଯୁଗଳଙ୍କ ଭଳି ଗପନ୍ତି ନି ଦୁଇଜଣ ତଥାପି ଏତେ ଭଲ ପାଇବା। କ’ଣ ପାଇଁ ଆଦିତ୍ୟ ମତେ ଏତେ ଭଲ ପାଅନି ସତରେ କ’ଣ ମୁଁ ତୁମର ଯୋଗ୍ୟା।
ଅନାମିକା କେଜାଣି କାହିଁକି ତମକୁ ଦେଖିଲା ଦିନୁ ମୁଁ ତମ ପାଖରେ ନିଜକୁ ସମର୍ପି ଦେବାକୁ ଇଚ୍ଛା କରେ।ମୋ ଭଲ ପାଇବା ର ଅଷ୍ଟମ ରଙ୍ଗଟିଏ ତୁମେ ,ତମକୁ ନେଇ ମୋ ଜୀବନ୍ ଆରମ୍ଭ ଓ ଶେଷ।ତମେ ମୋ ଆଗରେ ଠିଆ ହୋଇଗଲେ ମୋ ତୂଳୀ ଯେମିତି ଜୀବନ୍ୟାସ ପାଏ।ତମେ ସତରେ କ’ଣ ମୋ ପାଇଁ ଏ ଜନ୍ମର ସାଥୀଟିଏ ହୋଇ ପାରିବନି। ଅନାମିକା ନିଜକୁ ଆଉ ସମ୍ଭାଳି ରଖିପାରିନଥିଲା। ଆଦିତ୍ୟ ଙ୍କୁ ଖୁବ୍ ଜୋରରେ ଭିଡି ଧରି ତାଙ୍କ ଛାତିରେ ମୁହୁ ଗୁଞୁଥିଲା।ହୁଏତ ଆଦିତ୍ୟ ଙ୍କ ହୃଦୟରୁ କିଏ ଯେମିତି କହୁଥିଲା ହଁ ଏଇତ ପ୍ରେମିକା ଏଇସେ ମହାନ୍
ପ୍ରେମ ଯାହା ପାଇଁ ସମୟ ବି ଘଡିମାରି ଅଟକି ଯାଏ କିଛି କ୍ଷଣ।।