ଭୁବନେଶ୍ୱର (ସମୃଦ୍ଧ ଓଡିଶା)୫ ଟି ସଚିବ ଭି କେ ପଣ୍ଡିୟାନଙ୍କ ପ୍ରତିଶୃତି ପରେ ଅମଲାମଞ୍ଚଙ୍କ ୧୭ ଦିନର ଧାରଣା ସ୍ଥଗିତ ହୋଇଛି I ଦୀର୍ଘ ଦିନ ଧରି ରାଜ୍ୟରେ କାର୍ଯ୍ୟରତ ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ଭିତିରେ ଗ୍ରେଡ଼ ପେ ୪,୨୦୦ କୁ ବାରମ୍ବାର ଦାବିକରି ଆସୁଥିଲେ ସୁଦ୍ଧା ସେମାନଙ୍କ ଦାବୀ ପୂରଣ ନ ହେବାରୁ କିମ୍ବା ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନ ଥିବାରୁ ଏହାର ପ୍ରତିବାଦରେ ଓଡିଶା ଆମଲା ମଞ୍ଚର ଆହ୍ୱାନ କ୍ରମେ ରାଜ୍ୟର ବିଭିନ୍ନ ଜିଲାପାଳ ଉପଜିଲାପାଳ ଓ ଅନ୍ୟାନ୍ୟ ଅଫିସ ସମ୍ମୁଖରେ ଧାରଣାରେ ବସି ହନୁମାନ ଚାଳିଶା ପୂଜା ଭଳି ବିଭିନ୍ନ ଉପାୟରେ ସରକାରଙ୍କୁ ଅବଗତ କରାଉଥିଲେ I ଫଳରେ ଗତ ୧୭ଦିନ ହେଲା ଲୋକ ସେବା ଠପ ହୋଇଯାଇଥିଲା I ଅଫିସ ଗୁଡିକ ଖାଁ ଖାଁ ଲାଗୁଥିଲା I ଗତକାଲି ୫ ଟି ସଚିବ ଭି କେ ପଣ୍ଡିୟାନଙ୍କ ପ୍ରତିଶୃତି ପରେ ଅମଲାମଞ୍ଚଙ୍କ ୧୭ ଦିନର ଧାରଣା ସ୍ଥଗିତ ହୋଇଥିବା ଜଣାପଡିଛି I ୫ ଟି ସଚିବ ଭି କେ ପଣ୍ଡିୟାନ ଏସମ୍ପର୍କରେ ଆଲୋଚନା କରିବାକୁ ଦୁଇମାସ ସମୟ ମାଗିଥିବା ସହ ସେମାନଙ୍କ ଦାବୀ ପୂରଣ ପାଇଁ ପ୍ରତିଶୃତି ଦେବାରୁ ଏହା ସ୍ଥଗିତ ହୋଇଛି I ଆସନ୍ତା ସୋମବାର ଠାରୁ ଅମଲାମାନେ କାର୍ଯରେ ଯୋଗଦେବେ ବୋଲି ଜଣାପଡିଛି I ସୂଚନା ଅନୁଯାୟୀ ଗତକାଲି ଅମଲାମଞ୍ଚଙ୍କ ମୁଖିଆଙ୍କ ପାଖକୁ ତୃତୀୟ ମହଲରୁ ଆଦିତ୍ୟ ମହାପାତ୍ର ଫୋନ କରି ଡାକିଥିଲେ I ଫଳରେ ଅମଲା ନେତୃତ୍ୱ ଗ୍ରୁପ ଆଲୋଚନା ପାଇଁ ସେଠାକୁ ଯାଇଥିଲେ I ଆଲୋଚନା ବେଳେ ୫ ଟି ସଚିବ ଭି କେ ପଣ୍ଡିୟାନଙ୍କ ସମେତ ପ୍ରଣବ ପ୍ରକାଶ ଦାସ ଓ ଆଦିତ୍ୟ ମହାପାତ୍ର ରହିଥିଲେ I ସେଥିପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଦେଇଛନ୍ତି I
ରିପୋର୍ଟ : ପ୍ରଭାତ କୁମାର ବେହେରା