ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ କିଛିଦିନ ଧରି ଜଳେଶ୍ୱର ବଜାରରେ କେତେକ ଲୋକେ ବେପାରୁଆଭାବେ ବାଇକ୍ ଚଳାଚଳ, କୋଭିଦ୍୧୯ର ବ୍ୟାପକ ଉଲଂଘନ ଇତ୍ୟାଦି ଯୋଗୁଁ ଆଜି ଜଳେଶ୍ୱର ଥାନା ଆଇଆଇସି ଧନେଶ୍ୱର ସାହୁଙ୍କ ନିର୍ଦ୍ଦେଶରେ ଏଏସ୍ଆଇ ସତ୍ୟନାରାୟଣ ବଳ ଓ ଅନ୍ୟମାନଙ୍କ ଦ୍ୱାରା ଯାଞ୍ଚ କରାଯାଇଥିଲା । ଏଥିରେ ୧୧ଜଣ ବାଇକ୍ ଚାଳକ ମାକ୍ସ ଲଗାଇ ଯାଉଥିବାରୁ ସେମାନଙ୍କ ଠାରୁ ୫ହଜାର ୫ଶହ ଟଙ୍କା ଫାଇନ୍ ଆଦାୟ ହୋଇଥିଲା । ୧୦ଟି ବାଇକ୍ର କାଗଜପତ୍ର ଠିକ୍ ନଥିବାରୁ ସେମାନଙ୍କର ନାମରେ ମାମଲା ରୁଜୁ କରି ଆର୍ଟିଓଙ୍କ ନିକଟକୁ ପଠାଯାଇଛି । ଏହା ବ୍ୟତିତ ବହୁ ବାଇକ୍ର ବିଭିନ୍ନ ସମସ୍ୟା ଥିବା ଓ ଆଇନ୍ ଅମାନ୍ୟ କରୁଥିବାରୁ ସେମାନଙ୍କୁ ତାଗିଦ୍ କରି ଛାଡିଥିବା ପୋଲିସ୍ ପକ୍ଷରୁ ପ୍ରକାଶ ପାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା