ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁପର ସାଇକ୍ଲୋନ ତାଣ୍ଡବ ଘଟାଇ ଚାଲିଯିବାର ୧୧ ଦିନ ବିତିଲାଣି । କିନ୍ତୁ ଏବେବି ବହୁ ସ୍ଥାନରେ ଚାଷୀମାନେ ବିଲରୁ ଜଳ ମଧ୍ୟରେ ଧାନ ଅମଳ କରୁଛନ୍ତି । ଧାରନ ସବୁ ଗଜା ହେଲାଣି । ତଥାପି ଚାଷୀର ପ୍ରଚେଷ୍ଟା ଜାରି ରହିଛି । ଝଡ ଓ ବାତ୍ୟା ପୂର୍ବରୁ ଜଳେଶ୍ୱର ଅଞ୍ଚଳରେ ଧାନକଟା ସଂପର୍କରେ କୃଶି ବିଭାଗ ଦେଇଥିବା ରିପୋର୍ଟ ଓ ଅମ୍ପନ ପରେ ସରକାରୀ ଭାବେ ଘୋଷଣା ହୋଇଥିବା କ୍ଷୟକ୍ଷତି ରିପୋର୍ଟ ଦେଖିଲେ ସରକାରୀ ରିପୋର୍ଟ ପ୍ରତି ସନ୍ଦେହ ଯାତ ହୁଏ । ଏହି ପରିପ୍ରେକ୍ଷିରେ ଜଳେଶ୍ୱରର କେତେକ ସାମ୍ବାଦିକ ବିଭିନ୍ନ ସ୍ଥାନ ଗସ୍ତ କରିଥିଲେ । ଏବେବି ରାୟାଁରାମଚନ୍ଦ୍ରପୁର, ବାଇଗଣବାଡିଆ, ଖାଲିନା, ଦେବକୁମାର, ଖୁଲୁଡା ପଞ୍ଚାୟତ ଅଞ୍ଚଳରେ ଧାନକଟା ଚାଲିଥିବାର ଦେଖିବାକୁ ମିଳିଛି । ବିଭିନ୍ନ ଗ୍ରାମାଞ୍ଚଳରେ ଚାଷୀମାନେ ଧାନରୁ ବାହାରିଥିବା ଗଜା ଦେଖାଇ ଥିଲେ । ତେଣୁ ପ୍ରକୃତରେ ଧାନ କ୍ଷୟକ୍ଷତି ସଂପର୍କରେ ଏକ ନିରପେକ୍ଷ ତଦନ୍ତ କରିବାକୁ ଚାଷୀମାନଙ୍କ ପକ୍ଷରୁ ଦାବୀ କରାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା