କଟକ/ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ହାଇକୋର୍ଟ ଦେଇଥିବା ରାୟରେ ପୁଣି ସାମାନ୍ୟ ପରିବର୍ତ୍ତନ କରିଥିବା ସୂଚନା ମିଳିଛି । ଗତକାଲି ଯେଉଁ ଆଦେଶ ହାଇକୋର୍ଟ ଦେଇଥିଲେ ସେଥିରେ ସମସ୍ତ ଅମାନିଆ ଲୋକଙ୍କ ଗାଡିକୁ ପୋଲିସ ଧରିପାରିବ ନାହିଁ ଏବଂ ସେମାନଙ୍କୁ କେବଳ ତାଗିଦ କରି ବ୍ୟକ୍ତିଗତ ବଣ୍ଡରେ ଛାଡି ଦେବ । ଫଳରେ ଆଜି ରାଜ୍ୟରେ ଅଧିକାଂଶ ସହରରେ ଲୋକମାନେ ବାଇକ ଧରି ବିନା କାରଣରେ ଗାଡି ଧରି ସହରରେ ବୁଲିବା ଦେଖିବାକୁ ମିଳିଥିଲା । ତେଣୁ ଆଜି ହାଇକୋର୍ଟ ତାଙ୍କର ଗତକାଲିର ରାୟରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି । ଏଥିରେ ଉଲ୍ଲେଖ ହୋଇଛି ଯେ ଲକଡାଉନ ସମୟରେ ଲୋକଙ୍କୁ ଜରୁରୀ ସାମଗ୍ରୀ ପ୍ରଶାସନ ପହଞ୍ଚାଇବାର ବ୍ୟବସ୍ଥା କରିବ ଏବଂ କେବଳ ବରିଷ୍ଠ ଏବଂ ଭିନ୍ନକ୍ଷମ ଲୋକଙ୍କୁ ପୋଲିସ ଗାଡି ଚଲାଇବା ବେଳେ ଛାଡି ଦେବ । ଅଯଥା ଏବଂ ଅମାନିଆ ଲୋକଙ୍କୁ ପୂର୍ବପରି ଗାଡି ଚଳାଇଲେ ପୋଲିସ ତାଙ୍କୁ ଧରିବା ସହ ଗାଡି ଜବତ କରିପାରିବ ବୋଲି ଉଲ୍ଲେଖ କରାଯାଇଛି । ମୁଖ୍ୟତଃ ବରିଷ୍ଠ ଏବଂ ଭିନ୍ନକ୍ଷମମାନଙ୍କ ପାଇଁ ୩ଥର ପୋଲିସ ଛାଡିପାରିବ କିନ୍ତୁ ସାଧାରଣ ଲୋକଙ୍କ ପାଇଁ ସେପରି କୌଣସି ବ୍ୟବସ୍ଥା ରଖାଯାଇ ନାହିଁ । ତେଣୁ ଗାଡି ଅଯଥାରେ କିମ୍ବା ଜରୁରୀ ସାମଗ୍ରୀ କିଣିବା ବେଳେ ସାଧରଣ ଲୋକମାନେ ରାସ୍ତା ଉପରକୁ ବାହାର କଲେ ପୂର୍ବ ପରି ପୋଲିସ ଗାଡି ଜବତ କରି ପାରିବ ବୋଲି କୁହାଯାଇଛି । ପୋଲିସ ଉପରୁ ସମ୍ପୂର୍ଣ୍ଣ ମାତ୍ରାରେ ଗାଡି ଜବତ ଅଧିକାର ଉଠାଯାଇ ନାହିଁ ବୋଲି ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ପରିଚୟ ପତ୍ର ଥିବା ଡାକ୍ତର, ସ୍ୱାସ୍ତ୍ୟ କର୍ମୀମାନଙ୍କ ପାଇଁ କୋହଳ ରହିଛି ବୋଲି କହିଛନ୍ତି ।
ରିପୋର୍ଟ : ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା