

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଣେଶ ପୂଜା ଅବସରରେ ଅଶୋକ ନଗର ଯୁବକ ସଂଘ ତରଫରୁ ଦୁଇଟି ପାଣି ଟାଙ୍କର ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ବିଜେଡି ଯୁବ ସଙ୍ଗଠକ ଏ.ସନ୍ତୋଷ ପାତ୍ର(ସନ୍ତୁ) । ଏହି କାର୍ଯ୍ୟକ୍ରମ ଅଶୋକ ନଗର ଷଷ୍ଠ ଗଳିରେ ରିଦ୍ଧିସିଦ୍ଧି ଦାତା ଗଣେଶଙ୍କ ମେଢ଼ ସମ୍ମୁଖରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ବ୍ରହ୍ମପୁରର ଯୁବ ବିଧାୟକ ବିକ୍ରମ କୁମାର ପଣ୍ଡା, ସାଂସଦ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସୁବାଷ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧନଞ୍ଜୟ ରାଓ, ଡାକ୍ତର ହୃଶିକେଶ ପାଣିଗ୍ରାହି, ଅନ୍ୟ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ସାସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନେକ ବ୍ୟକ୍ତି ଅଂଶ ଗ୍ରହଣ କରି ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




