ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଅପରାହ୍ନରେ ଅସରାଏ ବର୍ଷା ହେବାରୁ ଜଳେଶ୍ୱର ବ୍ଲକ ସମ୍ମୁଖ ମୁଖ୍ୟ ଫାଟକ ନିକଟରେ ପାଣିର ଢେଉ ଖେଳୁଛି । ମୁଖ୍ୟ ରାସ୍ତାକୁ ବ୍ଲକ କାର୍ଯ୍ୟାଳୟ ସଂଯୋଗ ହୋଇଥିଲେ ମଧ୍ୟ ନିର୍ମାଣରେ ତୃଟି ଯୋଗୁଁ ସେଠାରୁ ପାଣିନିଷ୍କାସନ ହୋଇ ପାରୁନାହିଁ । ଫଳରେ ଜନସାଧାରଣ ଯାତାୟାତରେ ବ୍ୟାଘାତ ସୃଷ୍ଟି ହେଉଛି । ଆଜି କେତେକ ଲୋକ ଏପରି ଘଟଣା ଦେଖି ପରିସ୍ଥିତି ସୁଧାରିବାଲାଗି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା