
ଜଳେଶ୍ଵର (ସମୃଦ୍ଧ ଓଡିଶା) ବିଭିନ୍ନ ଗଣମାଧ୍ୟମ ଦ୍ଵାରା ପ୍ରସାରିତ ହୋଇଥିବା ଖବର ରାଇବଣିଆ ଅଞ୍ଚଳରେ ୧୩ ବର୍ଷର ବାଳକ ପ୍ରକାଶ ବେହେରା ପିତା କାଳି ଚରଣ ବେହେରା ନାମକ ଜଣେ ବାଳକର ଗଳାରେ ମାତ୍ରାଧିକ ମାଂସ ବଳି ଯାଇ ଥିବାରୁ ଖେଳକୁଦ ବୟସରେ ବହୁତ କଷ୍ଟ ପାଉଥିବା ଜଳେଶ୍ଵର ବିଜୁ ଯୁବ ଓ ଛାତ୍ର ଜନତା ଦଳ ଜାଣିବାକୁ ପାଇଥିଲା । ଘରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ତାର ଚିକିତ୍ସା ହେବା ସମ୍ଭବ ହୋଇ ପାରୁ ନ ଥିଲା । ଖବର ପ୍ରସାରଣ ପରେ ଜଳେଶ୍ବର ବିଜୁ ଯୁବ ଓ ଛାତ୍ର ଜନତା ଦଳର ଏକ ଦଶ ଜଣିଆ ଟିମ ରାଇବଣିଆ ସ୍ଥିତ ଗଡ଼ଭିତର ଗାଁ ପ୍ରକାଶର ଘରେ ପହଞ୍ଚି ତା’ର ଚିକିତ୍ସା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତଦନୁଯାୟୀ ଆଜି ତା-୪/୮/୨୦୨୧ ରିଖ ଯୁବ ଓ ଛାତ୍ର ବିଜୁ ଜନତା ଦଳ ଜଳେଶ୍ବର ତରଫରୁ ତାଙ୍କର ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନେବା ସହିତ ତାଙ୍କ ସହିତ ବିଜେଡି ଜିଲ୍ଲା ଉପ ସଭାପତି ରାସ ବିହାରି ରଣା ଏବଂ ବ୍ଲକ ଛାତ୍ର ସଭାପତି କାଳି ଚରଣ ଦାସ କଟକ ବଡ଼ ମେଡିକାଲ ଯାଇଛନ୍ତି । ଏହି କାର୍ଯ୍ୟରେ ବ୍ଳକ ବିଜେଡି ଯୁବ ସଭାପତି ଚନ୍ଦନ କର, ଟାଉନ ଯୁବ ସଭାପତି ଆନନ୍ଦ କର, ଟାଉନ ଛାତ୍ର ସଭାପତି ସୁରଜ ଚୌରାସିଆ ଏବଂ ରାଇବଣିଆ ପଞ୍ଚାୟତ ଯୁବ ସଭାପତି ଜନ୍ମେଜୟ ଦାସ ସହଯୋଗ କରିବା ସହିତ ତାଙ୍କର ଆରୋଗ୍ୟ କାମନା କରିଥିଲେ ।
ରିପୋର୍ଟ : ଭୂପତି ପରିଡା