ଜଳେଶ୍ଵର/ବସ୍ତା (ସମୃଦ୍ଧ ଓଡିଶା) ବସ୍ତା ବ୍ଲକ କରୁଆ ପଞ୍ଚାୟତ ଉଜୁଡ଼ା ପ୍ରାଥମିକ ବିଦ୍ୟାଳୟଟି ଏବେ ନିଶା ଶକ୍ତ ଓ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳି ପାଲଟିଛି । ମଣିଷ ତିଆରି କାରଖାନା ହେଉଚି ବିଦ୍ୟାଳୟ । ଏହି ମନ୍ଦିର ତୁଲ୍ୟ ବିଦ୍ୟାଳୟ ୧୯୫୦ ମସିହାରୁ ନିର୍ମାଣ ହୋଇଥିବା ବେଳେ ଉଜୁଡା ସମେତ ଏହାର ଆଖ ପାଖ ଗ୍ରାମର ଶତାଧିକ ପିଲା ଏହି ବିଦ୍ୟାଳୟରୁ ପାଠ ପଢି ଆଜି ମାଷ୍ଟର, ଇଂଜିନିୟର, ଡାକ୍ତର ଭାବେ ପ୍ରତିଷ୍ଠିତ। ମାତ୍ର କୋରନା କଟକଣା ସାଙ୍ଗକୁ ଲକଡାଉନ ଓ ସଟଡାଉନ ପାଇଁ ଦୀର୍ଘଦିନ ବିଦ୍ୟାଳୟ ବନ୍ଦ ଓ ଛାତ୍ରଛାତ୍ରୀ, ଅଭିଭାବକଙ୍କ ଗତାଗତ ନ ଥିବାରୁ ଏହାକୁ ନିଶାଡୀମାନେ ନିଜ ଗନ୍ତବ୍ୟ ସ୍ଥଳରେ ପରିଣତ କରିଛନ୍ତି । ପ୍ରତ୍ୟେକ ଦିନ ବିଦ୍ୟାଳୟକୁ ଆସୁଥିବା ଶିକ୍ଷକ, ଶିକ୍ଷୟତ୍ରୀ ମାନକୁ ମଦ ବୋତଲ ସାଙ୍ଗକୁ ବିଭିନ୍ନ ଆପତ୍ତି ଜଣକ ନିଶାଦ୍ରବ୍ୟକୁ ପରିଷ୍କାର ପରିଚ୍ଛନ୍ନ କରିବାକୁ ପଡୁଛି । ବିଦ୍ୟାଳୟଟି ସାତ ଦଶନ୍ଧି ଧରି ନିର୍ମାଣ ହୋଇଥିଲେ ମଧ୍ୟ ଆଜିଯାଏଁ ସ୍ଥାୟୀ ପାଚେରୀ ନିର୍ମାଣ ହୋଇ ପାରିନାହିଁ । ପାଚେରୀ ନିର୍ମାଣ ପାଇଁ ପୂର୍ବରୁ ବହୁବାର ଅଭିଭାବକ, ପରିଚାଳନା କମିଟି ଶିକ୍ଷା ବିଭାଗକୁ ଜଣାଇଥିଲେ ବି ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନ ଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଥିବା ଜଣାପଡିଛି । ତେଣୁ ତୁରନ୍ତ ପ୍ରଶାସନ ପକ୍ଷରୁ ଏହି ବିଦ୍ୟାଳୟର ପାଚେରୀ ସାଙ୍ଗକୁ ଏହି ନିଶା ଆଡ୍ଡାରେ ଚଢାଉ କରାଯାଇ ସଂପୃକ୍ତ ଅସାମାଜିକ ଯୁବକ ମାନଙ୍କୁ ଧରିବା ପାଇଁ ସାଧାରଣରେ ଦାବି ହୋଇଛି ।