ଭଞ୍ଜନଗର (ସମୃଦ୍ଧ ଓଡିଶା) ଦିନେ ବହୁତ ସୁନାମ ଅର୍ଜନ କରି ଥିବା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗ ବିଭାଗ ଏବେ ଭୁଶୁଡ଼ିବାକୁ ବସିଛି । ଦିନ ଥିଲା ଏହି ବିଭାଗ ବହୁ ଛାତ୍ରଛାତ୍ରୀଙ୍କୁ ଓଡ଼ିଶାର ବିଭିନ୍ନ ସଂସ୍ଥାମାନଙ୍କୁ ଉଚ୍ଚ ମାନର ଖବରଦାତା ( ସାମ୍ବାଦିକ ଓ ସାମ୍ବାଦିକା) ପ୍ରଦାନ କରି ଥିବା ବେଳେ ଏବେ ଏହା ନିଜର ଅସ୍ତିତ୍ଵ ହରାଇ ବାକୁ ବସିଲାଣି । ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି ଏହି ବିଭାଗର । ପିଲାମାନେ ଆଡ଼ମିସିନ କରିଥିବାରୁ ବର୍ତ୍ତମାନ ନାହିଁ ନ ଥିବା ଅସୁବିଧାରର ସମ୍ମୁଖୀନ ହେଛନ୍ତି । କିଛି ଦିନ ତଳେ ନୂତନ କୁଳପତି ଯୋଗ ଦାନ କରି ନୂତନ ଅଧ୍ୟାପକ ଯୋଗ ଦେବେ ବୋଲି ପ୍ରତିଶୃତି ଦେଇ ଥିଲେ । ହେଲେ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ଆଜି ଯାଏ ରହିଗଲା । ସବୁଠାରୁ ବଡ କଥା ହେଲା ପ୍ରଶିକ୍ଷଣ ଗୃହ ଓ କ୍ୟାମେରା ସବୁ ଥିଲେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ କୌଣସି ଶିକ୍ଷା ଦିଆଯାଉ ନାହିଁ । ଯାହାକୁ ନେଇ ନୂତନ ପିଲା ଆଡ଼ମିସନରୁ ମୁହଁ ଫେରାଇ ନେଉଛନ୍ତି । କୋରନା ମହାମାରୀ ସମୟରେ ନୂତନ ଭାବେ ଇତିହାସ ବିଭାଗର ଜଣେ ଅଧ୍ୟାପକଙ୍କୁ ସହଯୋଗୀ ଅଧ୍ୟାପକ ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ଦୁଇଜଣ ଠିକା ଅଧ୍ୟାପକ ଥିବା ବେଳେ ସେମାନଙ୍କ କାର୍ଯ୍ୟକାଳ ସରିଯାଇ ଥିବାରୁ ପୁର୍ନର ନିଯୁକ୍ତି ମିଳିନାହିଁ । ଏ ଭିତରେ ସରକାରୀ ନିୟମ ଅନୁସାରେ ପିଲାମାନେ ଅନଲାଇନରେ ପାଠ ପଢିବେ । କିନ୍ତୁ ସମସ୍ତ ଛାତ୍ରଛାତ୍ରୀ ପ୍ରାୟ ଗ୍ରାମାଞ୍ଚଳର ହୋଇଥିବାରୁ ଗ୍ରାମରେ ଅନଲାଇନ ଶିକ୍ଷା ବ୍ୟବସ୍ଥା ପାଇଁ ସ୍ଥିର ଇଣ୍ଟେର୍ନେଟ କୌଣସି ପ୍ରକାର ବ୍ୟବସ୍ଥା ନାହିଁ । ଫଳରେ ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀ କେମିତି ପାଠ ପଢିବେ ସେ ନେଇ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ କୌଣସି ବ୍ୟବସ୍ଥା ଗ୍ରହଣ କରି ନାହାନ୍ତି । ଫଳରେ ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି ଯେ ଦ୍ୱିତୀୟ ସେମିଷ୍ଟରରେ କୋରନା ପାଇଁ ପାଠ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ସିଧାସଳଖ ତୁର୍ତୀୟ ସେମିଷ୍ଟରର କ୍ଲାସ ଅନଲାଇନରେ କରିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଦ୍ୱିତୀୟ ସେମିଷ୍ଟରରେ ସବୁ ପ୍ରଶିକ୍ଷଣ କ୍ଲାସ ଥିବା ବେଳେ ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ସୁଦ୍ଧା କିଛି ଅଧ୍ୟାୟନ କରି ନାହାନ୍ତି । ଫଳରେ ଏଭଳିଆ ପାଠ ପଢି କିଛି ଲାଭ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ତୃତୀୟ ସେମିଷ୍ଟରରେ ଇଣ୍ଟରସିପ ଥିବାରୁ ସେମାନେ କେଉଁ ଅନୁଷ୍ଠାନକୁ ଗଲେ ପ୍ରଶିକ୍ଷଣ ନେବେ ସେ ନେଇ ଅନିଶ୍ଚିତତା ଘେରରେ ଅଛନ୍ତି । ତେଣୁ କୁଳପତି ଏ ଦିଗ ଉପରେ ଅନୁଧ୍ୟାନ କରିବାକୁ ଛାତ୍ରଛାତ୍ରୀ ମାନେ ନିବେଦନ କରିଛନ୍ତି ।
ରିପୋର୍ଟ – ନିଲୁ ବିଷୋୟୀ