କାଳିଦାସ :— ମା ମୋତେ ପାଣି ଟୋପେ ପିଇବାକୁ ଦିଅ ବହୁତ ଧର୍ମ ହେବ ।
ବୃଦ୍ଧା :— ପୁଅ ମୁଁ ତୋତେ ଜାଣିନାହିଁ । ତୋର ପରିଚୟ ଦେ ।
କାଳିଦାସ :— ମୁଁ ଏକ ପଥିକ । ଦୟାକରି ମୋତେ ପାଣି ଟୋପେ ଦିଅ ମା । ମୁଁ ବହୁତ ତୁଷାର୍ଥ ।
ବୃଦ୍ଧା :— ତୁ ପଥିକ କେମିତି ହୋଇପାରିବୁ!!! ପଥିକ ତ କେବଳ ଦୁଇଜଣ ଅଟନ୍ତି । ଜଣେ ସୂର୍ଯ୍ୟ ଓ ଆଉଜଣେ ଚନ୍ଦ୍ର । ତାଙ୍କର ଗନ୍ତ୍ୟଵ୍ୟ ପଥରେ ସବୁବେଳେ ଗତି କରିଥାନ୍ତି । ତୁ ୟାଙ୍କ ଭିତରୁ କିଏ ସତ କହ ।
କାଳିଦାସ :— ମୁଁ ଅତିଥି, ଦୟା କରି ମୋତେ ପାଣି ଟୋପେ ଦିଅ ।
ବୃଦ୍ଧା :— ତୁ ଅତିଥି କେମିତି ହୋଇପାରିବୁ ??? ଏ ସଂସାରରେ ଦୁଇ ଜଣ ଅତିଥି ଅଟନ୍ତି । ଜଣେ ଧନ ଓ ଆଉ ଜଣେ ଯୌବନ । ତାଙ୍କୁ ଯିବାକୁ ସମୟ ଲାଗେନି । ସତ୍ୟ କରି କହ ତୁ କିଏ ???
(ଏପର୍ଯ୍ୟନ୍ତ ସବୁ ତର୍କରୁ ହତାଶ ହୋଇସାଲେନି କାଳିଦାସ)
କାଳିଦାସ :– ମୁଁ ସହନଶୀଳ ଅଟେ । ଏବେ ତ ପାଣି ଟୋପେ ଦିଅ ।
ବୃଦ୍ଧା :— ନା ସହନଶୀଳ ତ ଦୁଇଜଣ ଅଟନ୍ତି । ଜଣେ ପୃଥିବୀ ଯିଏ କି ପାପି ଓ ପୁଣ୍ୟାତ୍ମା ମାନଙ୍କର ବୋଝ ସହି ଆସିଛନ୍ତି । ତାର ଛାତି ଚିରି କରି ବୀଜ ରୋପଣ କରି ସମାଜକୁ ଶସ୍ୟର ଭଣ୍ଡାର ଯୋଗାଇ ଥାଏ ଅନ୍ୟଟି ହେଉଛି ବୃକ୍ଷ ଯାହାକୁ କି ପଥର ମାରିଲେବି ସେ ମିଠା ଫଳ ଦେଇଥାଏ । ତୁ ସତ କହ କିଏ ତୁ????
(କଳିଦାସ ମୂର୍ଛିତ ଅବସ୍ଥାରେ ଆସି ଗଲେଣି)
କାଳିଦାସ :— ମୁଁ ହଠୀ ଅଟେ ।
ବୃଦ୍ଧା :– ପୁଣି ଅସତ୍ୟ । ହଠୀ ଦୁଇ ଜଣ ଅଟନ୍ତି । ପ୍ରଥମ ନଖ ଓ ଅନ୍ୟଟି ବାଳ । ଯେତେ କାଟିଲେବି ତାକୁ ବଢ଼ିବାରେ କେହି ରୋକି ପାରନ୍ତି ନାହିଁ । ସତ୍ୟ କୁହ ବ୍ରାହ୍ମଣ ତମେ କିଏ ???
(କାଳିଦାସ ପୁରା ଅପମାନିତ ଓ ପରାଜିତ ହୋଇସାରିଛନ୍ତି)
କାଳିଦାସ :— ତାହାହେଲେ ମୁଁ ମୁର୍ଖ ।
ବୃଦ୍ଧା :— ନା ତୁ ମୁର୍ଖ କିପରି ହୋଇପାରିବୁ ??? ମୁର୍ଖ ତ ଦୁଇଜଣ ଅଟନ୍ତି । ଜଣେ ରାଜା, ଯିଏ ବିନା ଯୋଗ୍ୟତାରେ ବି ସମସ୍ତଙ୍କ ଉପରେ ଶାସନ କରିଥାଏ । ଆଉ ଜଣେ ହେଉଛି ରାଜ ଦରବାରରେ ପଣ୍ଡିତ ଯିଏକି ରାଜାଙ୍କୁ ଖୁସି କରିବାକୁ ଯାଇ ଭୁଲ୍ କଥାକୁ ତର୍କ ମାଧ୍ୟମରେ ଠିକ୍ କଥାରେ ପରିଣତ କରିଥାଏ ।
(କିଛିଆଉ କହିବା ଅବସ୍ଥାରେ ନ ଥିଲେ କାଳିଦାସ, ସେ ବୃଦ୍ଧାଙ୍କ ଗୋଡ ତଳେ ପଡିଗଲେ ଓ ପାଣି ପାଣି ବୋଲି କହି ଚାଲିଲେ)
ବୃଦ୍ଧା :— ଉଠ ବସ୍ଛ । ଏ ସ୍ୱର ଶୁଣି କଳିଦାସ ଉପରକୁ ଦେଖନ୍ତି ତ ସାକ୍ଷାତ ମା ସରସ୍ଵତୀ ତାଙ୍କ ସାମନାରେ ଅଭିର୍ଭୁତା । କାଳିଦାସ ତାଙ୍କ ପାଦ ଧରି କାନ୍ଦି ବାକୁ ଲାଗିଲେ ।
ମା ସରସ୍ୱତୀ :— ଶିକ୍ଷାରେ ଜ୍ଞାନ ଉତ୍ପନ ହୁଏ, ଅହଂକାର ନୁହେଁ।ତୁ ଶିକ୍ଷା ଦ୍ୱାରା ପ୍ରାପ୍ତ ମାନ ଓ ପ୍ରତିଷ୍ଠାକୁ ନିଜର ଉପଲବ୍ଧି ବୋଲି ମାନିନେଲୁ ଓ ନିଜକୁ ବହୁତ ଅହଙ୍କାରୀ ବୋଲି ମାନିନେଲୁ । ଏଥିପାଇଁ ତୋର ଆଖି ଖୋଲିବା ପାଇଁ ମୁଁ ତୋତେ ପରୀକ୍ଷା କରୁଥିଲି ।
କାଳିଦାସ ନିଜର ଭୁଲ୍ ନିଜେ ବୁଝିପାରିଲେ ଓ ପେଟପୁରା ପାଣି ପିଇ ଆଗକୁ ଚାଲିଲେ । ତେଣୁ ବିଦ୍ୟା ଉପରେ କେବେବି ଆତ୍ମଗର୍ଵ କରନ୍ତୁ ନାହିଁ । ଏ ଆତ୍ମଗର୍ଵ ବିଦ୍ୟାକୁ ନଷ୍ଟ କରିଦିଏ ।