



ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ମହାରାଷ୍ଟ୍ର ରାଜ୍ୟର ଅହମ୍ମଦାନଗର ଜିଲ୍ଲାର ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାରେ ଶିକ୍ଷାର ବିକାଶ କିପରି ହୋଇଛି ଓ ସରକାରୀ ବିଦ୍ୟାଳୟ ଗୁଡିକରେ ଶିକ୍ଷାର ଭିତ୍ତିଭୂମି କିମିତି ଅଛି ଅନୁଧ୍ୟାନ କରିବା ପାଇଁ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ପହଞ୍ଚିଛନ୍ତି । ବିଭିନ୍ନ ବିଦ୍ୟାଳୟ ବୁଲି ଶିକ୍ଷାର ବିକାଶ ଓ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ତନଖି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ପଚାରି ବୁଝିଥିଲେ । ଏହି ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହକର୍ମୀ ଥିଲେ ବୋଲି ଜାଣିବାକୁ ମିଳିଛି । ଅହମ୍ମଦାନଗର ଜିଲ୍ଲାର ବିଇଓ ଗୋରଖନାଥ ହେଗ୍ରୀ, ଶିକ୍ଷକ ସଞ୍ଜୟ ରାମପାଲେ, ବବନ ଗଡକର, ସନ୍ଦୀପ ମୋଟେ, ପୁନେର ଆପାକୁଲ, ବିକାଶ ସେଲ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ ୟାଦଵ ଏମାନେ ଛତ୍ରପୁରର କସ୍ତାରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ରିକାପଲ୍ଲୀ ସମେତ ଛତ୍ରପୁର ଆଖପାଖ ଅଞ୍ଚଳର ବିଦ୍ୟାଳୟ ଗୁଡିକ ବୁଲି ଦେଖିଥିଲେ । ତାଙ୍କ ସହ ଛତ୍ରପୁର ବିଇଓ ଅବିନାଶ ଶତପଥୀ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା