ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ସୋମବାର ଦିନ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଦାବୀ କରାଯାଇ ଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ପୂର୍ବ ସପ୍ତାହରେ ଛାତ୍ରଛାତ୍ରୀମାନେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । କୁଳସଚିବଙ୍କ ହସ୍ତକ୍ଷେପ ପରେ କଲେଜ ଅଧ୍ୟକ୍ଷ କଲେଜରୁ ପାଣି ସମସ୍ୟା ସୁଧାର ପାଇଁ ଆରଓ ଏକ ସପ୍ତାହରେ ସଂଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଛାତ୍ରଛାତ୍ରୀମାନେ ସମସ୍ୟାର ସୁଧାର ନ ଆସିଥିବା କଥା ପଚାରିବାରୁ ଜଣାପଡିଲା ଯେ ଏଯାବତ କଲେଜ ପକ୍ଷରୁ ଦାବିପତ୍ର ହୋଇଥିବା କୌଣସି ପ୍ରକ୍ରିୟାର ସମାଧାନ ପାଇଁ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଗତ ସପ୍ତାହରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ 1.ନୂତନ ଆରଓ ସ୍ଥପନ-ବିଶୁଦ୍ଧ ପାନୀୟ ଜଳ ନିମନ୍ତେ, 2. କଲେଜର ପରିମଳ ବ୍ୟବସ୍ଥାରେ ସୁଧାର, 3. କଲେଜରେ ୪ଜଣ ସ୍ଥାୟୀ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି, 4. ଖାଲି ପଡିଥିବା ସମସ୍ତ ପଦବୀ ପୂରଣ, 5. କଲେଜ ବନ୍ଦ ହୋଇ ପଡିଥିବା ୱାଇଫାଇ, ଇଣ୍ଟରନେଟର ପୁନଃ ସଂଯୋଗକରଣ, 6. କଲେଜ ପରିସରକୁ ସଫା କରିବା, 7. ୨ ବର୍ଷ ପୂର୍ବରୁ କଲେଜର ମେଇନ ଗେଟର ଉନ୍ନତିକରଣ ନିମନ୍ତେ ହୋଇଥିବା ଭିତ୍ତିପ୍ରସ୍ତର କାର୍ଯ୍ୟାରମ୍ଭ, 8. କଲେଜ ମଧ୍ୟକୁ ପ୍ରବେଶ ପଥ ଦେଇ ଯାଇଥିବା ଜାତୀୟ ରାଜପଥରେ ହ୍ୟାମ୍ପସ ନିର୍ମାଣ, 9. କନଫ୍ରେସ ହଲରେ ଡିଜିଟାଲ ସ୍କ୍ରିନର ସ୍ଥାପନ ଓ କମନ ରୁମରେ ଟିଭିର ବ୍ୟବସ୍ଥା କରିବାକୁ ଦାବି ହୋଇଛି । ଆଜି ପର୍ଯ୍ୟନ୍ତ ଏହାର କୌଣସି ସମାଧାନ କରାଯାଇନଥିବା ଅଭିଯୋଗ କରିଛନ୍ତି । ଏହି ଅବସରରେ ଉପରୋକ୍ତ ଅସୁବିଧା ପ୍ରତି ଦୃଷ୍ଟି ଆକର୍ଷଣ କରି ୧୨ ସପ୍ତାହ ମଧ୍ୟରେ ସମାଧାନ ନ କଲେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି ଅବସରରେ କଲେଜ ଛାତ୍ରଛାତ୍ରୀ ଚିନ୍ମୟ କୁମାର ହୋତା, ସନ୍ଦୀପ ଜେନା, ବି.ତେଜେଶ୍ୱର ରାଓ, ବି ମନୋଜ, ଆଦିତ୍ୟ ଦାସ, ସୌମ୍ୟ ରଞ୍ଜନ, ଅମ୍ରେନ୍ସ ସାହୁ, ଅନିଲ କୁମାର ବେହରା, ମିଥୁନ ବିଷୋୟୀ, ବିବେକାନନ୍ଦ ବେହେରା, ଗୋପୀଚାନ୍ଦ ପଣ୍ଡା, ପ୍ରେମାନନ୍ଦ ପାଣିଗ୍ରାହୀଙ୍କ ସମେତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା