ବୁଗୁଡା (ସମୃଦ୍ଧ ଓଡିଶା) ରାଜ୍ୟ ରାଜପଥ କଡର ଜମି ଘରବାରି ହିସାବରେ ବିକ୍ରି ହେଉଛି । ସେହି ମୂଲ୍ୟବାନ ଜମିରେ ଗ୍ୟାସ ପାଇପ ଯାଉଛି । ହେଲେ ସେହି ମୂଲ୍ୟବାନ ଜମି ପାଇଁ ଅଧିକ ଦାମ ଧାର୍ଯ୍ୟ କରିବା ପାଇଁ ଆଇ.ଓ.ସି.ଏଲ. କର୍ମଚାରୀ ମାନେ ପାଉଣା ମାଗୁଥିବା ନେଇ ଅଭିଯୋଗ କରିଛନ୍ତି କ୍ଷତି ପୂରଣ ପାଇବାକୁ ଥିବା ଚାଷୀ ବୃନ୍ଦ । ଏହିପରି ଘଟଣା ନେଇ ଅଭିଯୋଗ ହୋଇଛି ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକରେ ଆଇ.ଓ.ସି.ଏଲ. ପକ୍ଷରୁ ଚାଲିଥିବା ଗ୍ୟାସ ପାଇପ ଲାଇନ ବିଛାଉ ଥିବା କମ୍ପାନୀର କର୍ମଚାରୀଙ୍କ ବିରୋଦ୍ଧରେ । ୨୦୧୮ ମସିହାରେ ଏହି ଗ୍ୟାସ ପାଇପ ଲାଇନ କାର୍ଯ୍ୟକାରୀ ପାଇଁ ହୋଇଥିବା ଜଣାଶୁଣାଣିରେ ସାଧାରଣ ଜମି ଅପେକ୍ଷା ରାସ୍ତାକଡ଼ ମୂଲ୍ୟବାନ ଜମି ପାଇଁ ଅଧିକ ମୂଲ୍ୟ ଧାର୍ଯ୍ୟ କରିବା ପାଇଁ ଦାବୀ ହୋଇଥିଲା । ତାହା ବିଚାରକୁ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବର୍ତ୍ତମାନ ବୁଗୁଡା ଆସିଥିବା ଆଇ.ଓ.ସି.ଏଲ. କର୍ମଚାରୀ ମାନେ ପାଉଣା ନ ଦେଲେ କରିବେ ନାହିଁ ବୋଲି କହୁଥିବା ନେଇ ଜମି ଅଧିଗ୍ରହଣ ବେଳେ ଜମି ହରାଇଥିବା ଚାଷୀ ରମେଶ ଚନ୍ଦ୍ର ଆଲତିଆ, ରମେଶ ସାହୁ, ଚନ୍ଦନ ମହାରଣା, ଚିତ୍ତରଞ୍ଜନ ପ୍ରଧାନ, କେ.ମୋଚିରାମ ପାତ୍ର, ଅମୃତ ଘଡେଇଙ୍କ ସମେତ ଅନ୍ୟାନ୍ୟ ରୟତ, କ୍ଷୁଦ୍ର ଚାଷୀ ଓ ନାମମାତ୍ର ଚାଷୀ ବୃନ୍ଦ । ପ୍ରେସ କ୍ଳବକୁ ଏହି ବିଷୟ ନେଇ ଅବଗତ କରାଇବା ସହ ଯଦି ଉପଯୁକ୍ତ କ୍ଷତି ପୂରଣ ଦେବାରେ ଅବହେଳା କରାଯାଏ ତେବେ ସେମାନେ ରାଜରାସ୍ତକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଏହି ବିଷୟ ନେଇ ସେମାନେ କେନ୍ଦ୍ର ସରକାର, ରାଜ୍ୟ ସରକାର, ହାଇଦ୍ରାବାଦ ସକ୍ଷମ ପ୍ରାଧିକାରୀ ଅଧିକାରୀ, ପାରାଦ୍ୱୀପ ପାଇପ ଲାଇନ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା ଦର୍ଶାଇଛନ୍ତି ।
ରିପୋର୍ଟ : ଡ଼ଃ. କୁମୁଦ ଚନ୍ଦ୍ର ବେହେରା