ଆଉଟସୋର୍ସିଙ୍ଗକର୍ମଚାରୀ ଆରଡିସି ଅଫିସ ଘେରାଉ : ୩୧ ଜୁଲାଇରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ନିଷ୍ପତ୍ତି

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଆଜି ଆଉଟସୋର୍ସିଙ୍ଗ କର୍ମଚାରୀମାନେ ଆରଡିସି ଅଫିସ ଘେରାଉ କରିଛନ୍ତି I ଆସନ୍ତା ୩୧ ଜୁଲାଇରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ନିଷ୍ପତ୍ତି ନେଇଛନ୍ତି I ରାଜ୍ୟ ଆଉଟସୋର୍ସିଙ୍ଗକର୍ମଚାରୀ ସଂଘର ଆହ୍ୱାନ କ୍ରମେ ଏହି ଘେରାଉ କରାଯାଇ ଥିଲା I ରାଜ୍ୟରେ ତିନୋଟି ଆରଡିସି କାର୍ଯ୍ୟାଳୟ ରହିଛି I ଏହି ଅଧୀନରେ ଥିବା ଆଉଟସୋରସିଂ କର୍ମଚାରୀଙ୍କ ପ୍ରତିବାଦ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା I ଦକ୍ଷିଣାଞ୍ଚଳରେ ଥିବା ୮ ଟି ଜିଲ୍ଲାର ବିଭିନ୍ନ ବିଭାଗର ଶତାଧିକ ଆଉଟସୋର୍ସିଙ୍ଗ କର୍ମଚାରୀମାନେ ଅଂଶ ଗ୍ରହଣ ଏକ ବିଶାଳ ରାଲିରେ ଯାଇ ଆରଡିସି ଅଫିସରେ ପହଂଚି ବିକ୍ଷୋଭ କରିଥିଲେ I ରାଜ୍ୟ କର୍ମଚାରୀ ନେତା ପ୍ରତାପ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ସମସ୍ତ ଆଉଟସୋର୍ସିଙ୍ଗ କର୍ମଚାରୀ ଯୋଗ ଦେଇଥିଲେ I ପୂର୍ବର ସମସ୍ତ ଦାବୀକୁ ନେଇ ପୁଣି ଆସନ୍ତା ୩୧ ଜୁଲାଇରେ ଆନ୍ଦୋଳନକୁ ଓଲ୍ହାଇବାକୁ ନିଷ୍ପତ୍ତି ହୋଇଛି I 10 ଦଫା ଦାବିକୁ ନେଇ ମହାସଂଘ ପୂର୍ବରୁ ବହୁବାର ଆନ୍ଦୋଳନ କରି ଦାବୀ ଉପସ୍ଥାପନ କରି ଥିଲେ ମଧ୍ୟ ସରକାର କେବଳ ପ୍ରତିଶୃତି ଦେଇ କର୍ମଚାରୀମାନଂକୁ ଭଣ୍ଡାଇ ଚାଲିଛନ୍ତି ବୋଲି ସଂଘ ଅଭିଯୋଗ କରିଛି I ସୂଚନା ଯୋଗ୍ୟ ଯେ ରାଜ୍ୟରୁ ଠିକା ପ୍ରଥା ସମ୍ପୂର୍ଣ୍ଣ ଉଛେଦ ହେଲା ବୋଲି ସରକାର ଘୋଷଣା କରିଦେଲେ I କିନ୍ତୁ ଏଯାଏଁ କିଛି ହୋଇନାହିଁ ଏପଟେ ପ୍ରକୃତରେ ଅସ୍ଥାୟୀ ଠିକା ପ୍ରଥା ଅଧୀନରେ ଥିବା କର୍ମଚାରୀମାନଙ୍କ କଥା ସରକାର ପ୍ରାୟ ଭୁଲି ଯାଇଛନ୍ତି I ଏହାକୁ ନେଇ ରାଜ୍ୟରେ ଆଉଟ ସୋର୍ସିଙ୍ଗ କର୍ମଚାରୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି I ବର୍ତମାନ ସ୍ୱଳ୍ପ ଦରମାରେ ଏହି କର୍ମଚାରୀମାନେ ଅସ୍ଥାୟୀ ଭାବେ କାର୍ଯ୍ୟକରୁଛନ୍ତି I ତେଣୁ ଆଗାମୀ ଦିନରେ ଆହୁରି ଆନ୍ଦୋଳନକୁ ହେବ ବୋଲି ରାଜ୍ୟ ନେତୃବୃନ୍ଦ କହିଛନ୍ତି I ଏହି ବିକ୍ଷୋଭରେ ଓଡିଶା ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ରାଜ୍ୟ ଆବାହକ ପ୍ରଭାତ ମହାନ୍ତି, ସ୍ତମ୍ଭକାର ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ସମ୍ପାଦକ ମାନସ ଦାସ, ଦୀପକ ପ୍ରଧାନ, ଦିବ୍ୟଲୋଚନ ସ୍ୱାଇଁ ପ୍ରମୁଖ ରାଜ୍ୟ ନେତୃମଣ୍ଡଳୀ ବିଭିନ୍ନ ରଖିଥିଲେ Iସେମାନଙ୍କ ଦାବୀ ହେଲା ..
ରାଜ୍ୟରୁ ଆଉଟସୋର୍ସିଙ୍ଗ ବ୍ୟବସ୍ଥା ଉଛେଦ ସହ ସ୍ଥାୟୀ ନିଯୁକ୍ତି I
କାର୍ଯ୍ୟକ୍ଷେତ୍ରରେ ଚାକିରୀ ର ସୁରକ୍ଷା (ଜବସିକ୍ୟୁରିଟି ପ୍ରଦାନ)
ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି I
ବଜାର ଦର ଅନୁସାରେ ଦରମା ପ୍ରଦାନ ସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ I
ମହିଳା କର୍ମଚାରୀମାନଂକୁ ମାତୃତ୍ୱ କାଳୀନ ଛୁଟି ପ୍ରଦାନ I
ଇପିଏଫ /ଇଏସଆଇ ସଠିକ ପୈଠ
ବରିଷ୍ଠତା ଓ ଦକ୍ଷତା ଭିତ୍ତିରେ ପଦୋନ୍ନତିର ବ୍ୟବସ୍ଥା ଆଦି ଦାବୀ ରହିଛି I ଏହି ସମାବେଶ ରେ ଦକ୍ଷିଣାଞ୍ଚଳ ଜିଲ୍ଲା ର ସମସ୍ତ କର୍ମଚାରୀ ସଙ୍ଘ ର ନେତା ମାନେ ଉପସ୍ଥିତ ଥିଲେ । ବ୍ରହ୍ମପୁର ରୁ ନିମାଇ ଚରଣ ପଣ୍ଡାଙ୍କ ରିପୋର୍ଟ