ଆଗାମୀ ସାଧାରଣ ନିର୍ବାଚନକୁ ବିଭିନ୍ନ ମହଲରେ ତତ୍ପରତା:ଭିଡିଓ ଗ୍ରାଫରମାନଙ୍କୁ ନେଇ ଜିଲ୍ଲାପ୍ରଶାସନର କର୍ମଶାଳା…

ଛତ୍ରପୁର (ସମୃଦ୍ଧ ଓଡିଶା) ଦେଶରେ ସାଧାରଣ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନ ଗତ ୧୦ ତାରିଖରେ ଅପ୍ରେଲ ୧୧ ତାରିଖ ଠାରୁ ମଇ ୧୯ ତାରିଖ ପର୍ଯ୍ୟନ୍ତ ୭ ଟି ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ବିଭିନ୍ନ ମହଲରେ ତତ୍ପରତା ଦେଖିବାକୁ ମିଳିଛି । ଓଡିଶାରେ ୪ ଟି ପର୍ଯ୍ୟାୟରେ ୨୧ ଟି ଲୋକସଭା ଆସନ ଏବଂ ୧୪୭ ଟି ବିଧାନସଭା ଆସନ, ଗଞ୍ଜାମ ଜିଲ୍ଲାରେ ୨ ଟି ପର୍ଯ୍ୟାୟରେ ୨୦ ନଂ ବ୍ରହ୍ମପୁର ଓ ୧୯ ନଂ ଆସିକା ଲୋକସଭା ଆସନ ଏବଂ ୧୩ ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ । ଏହି ପରିପ୍ରେକ୍ଷୀ ଜିଲ୍ଲାରେ କିପରି ଭାବେ ଅବାଧ ଓ ନିରପେକ୍ଷ ନିର୍ବାଚନ ହେବ ସେଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ, ରାଜନୈତିକ ଦଳ ଠାରୁ ଆରମ୍ଭ ବିଭିନ୍ନ ସ୍ତରରେ ବୈଠକ ଅନୁଷ୍ଠିତ କରାଯାଇଛି ।  ଜିଲ୍ଲାରେ ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ଭୋଟରମାନେ ନିର୍ଭୀକ ଏବଂ ସୁବିଧାର ମତାଦାନ କରିବେ ସେଥିପ୍ରତି ବ୍ୟବସ୍ଥା କରାଯାଇଛି । ଦୁଇଟି ପର୍ଯ୍ୟାୟରେ ୩୦୬୩ ଭୋଟ୍ କେନ୍ଦ୍ରରେ ଭୋଟରମାନେ ମତଦାନ କରିବେ । ସେଥିରୁ ୪୬୪ ଟି ବୁଥ୍କୁ କ୍ରିଟିକାଲ ବୁଥ୍ ଭାବେ ଚିହ୍ନଟ କରାଯାଇଛି । କ୍ରିଟିକାଲ ବୁଥ୍ ଗୁଡିକ ମଧ୍ୟରୁ ୩୦୮ ଟି ବୁଥ୍ରେ ୱେବିଂ କାଷ୍ଟିଙ୍ଗ, ୧୫ ଟି ବୁଥ୍ରେ ସିସିଟିଭି, ୯୧ ବୁଥ୍ ରେ ମାଇକ୍ରୋ ପର୍ଯ୍ୟବେକ୍ଷକ, ୧୮ ଟି ବୁଥ୍ରେ ଭିଡିଓଗ୍ରାଫୀ ଏବଂ ୩୨ ଟି ବୁଥ୍ରେ ଷ୍ଟିଲ୍ ଫୋଟଗ୍ରାଫି ବ୍ୟବସ୍ଥା କରିବା ପାଇଁ ସ୍ଥିର କରାଯାଇଛି । ଏହା ଛଡା ନାମାଙ୍କନ ପତ୍ର ଦାଖଲ ଆଗ ଦିନ ଠାରୁ ଜିଲ୍ଲାର ପ୍ଲାଇଙ୍ଗ ସ୍କାଡ୍, ଭିଡିଓ ଉଇଙ୍ଗ ସ୍କାଡ ଏବଂ ସ୍କାଡ୍ ରେ ନିୟୋଜିତ ହେବାକୁ ଥିବା ଭିଡିଓ ଗ୍ରାଫରେମାନେ କିପରି ଭିଡିଓ ଗ୍ରାଫି କରିବେ, ନାମାଙ୍କନ ପତ୍ର ଦାଖଲ ସମୟରେ, ବିଭିନ୍ନ ରାଜନୈତିକ ଦଳ ସଭା, ରାଲି, ଆଦର୍ଶ ଆଚରଣ ବିଧି ଉଲ୍ଲଘନ ଭିଡିଓ ଗ୍ରାଫି କୋ ଶୈଳିରେ କରିବେ ଏଥି ନିମନ୍ତେ ଆଜି ସ୍ଥାନୀୟ ସର୍ବଶିକ୍ଷା ଅଭିଯାନର ସମ୍ମିଳନୀ କକ୍ଷରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ(ସଧାରଣ) କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଭିଡିଓ ଗ୍ରାଫରଙ୍କୁ ଏକ କର୍ମଶାଳା ଅନୁଷ୍ଠିତ କରାଯାଇଛି । ଏହି କର୍ମଶାଳାରେ ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ କୁମାର ରାଉତରାୟ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା