
ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ଆଜିଠୁ ୫ଦିନ ପାଇଁ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇ ଥିବା ଜଣାପଡିଛି । ଉଦ୍ୟାନରେ ସାଧାରଣ ଲୋକ ଶୀତଦିନିଆ ଫୁଲର ଆନନ୍ଦ ଉଠାଇପାରିବେ। ସେଥିପାଇଁ ଚଳିତମାସ ୧୧, ୧୨,୧୯,୨୫ ଓ ୨୬ତାରିଖ ଅପରାହ୍ନ ୩ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଲୋକସେବା ଭବନର ଏକ ନମ୍ୱର ଗେଟ୍ ଦେଇ ସାଧାରଣ ଲୋକମାନେ ଏହି ଉଦ୍ୟାନର ଆନନ୍ଦ ନେଇପାରିବେ। ସୂଚନାଯୋଗ୍ୟ ଗତ ୫ତାରିଖରୁ ରାଜଭବନ ଉଦ୍ୟାନ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଖୋଲା ରହିଛି ।