ଆଜି ଡ଼ଃ ପ୍ରଦୀପ ପାଣିଗ୍ରାହୀ ଏମ୍‌ସରୁ ଡିସ୍‌ଚାର୍ଜ ହେଲେ : ପୋଲିସ ଉପରେ ବର୍ଷିଲେ, ସେପଟେ ପିଣ୍ଟୁ ଦାସଙ୍କ ଜାମିନ ନାମଞ୍ଜୁର

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ଡ଼ଃ ପ୍ରଦୀପ ପାଣିଗ୍ରାହୀ ଏମ୍‌ସରୁ ଡିସ୍‌ଚାର୍ଜ ହେଲେ ଓ ପୋଲିସ ଉପରେ ବର୍ଷିଲେ । ଆଜି ସକାଳେ ହସ୍ପିଟାଲରୁ ବାହାରି ପୋଲିସ ଡିଜିଙ୍କ ଉପରେ ବର୍ଷିଛନ୍ତି ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡକ୍ଟର ପ୍ରଦୀପ ପାଣିଗ୍ରାହୀ। ନିର୍ବାଚନ ବେଳେ ସେ ବ୍ରହ୍ମପୁର ଗୋଷାଣିନୂଆଗାଁର ବୁଥକୁ ଯାଇଥିଲେ। ଏହି ସମୟରେ ସେ ଆକ୍ରମଣର ଶିକାର ହୋଇଥିଲେ। ପୋଲିସ ଉପସ୍ଥିତିରେ ସେ ଆକ୍ରମଣର ଶିକାର ହେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପୋଲିସର ହିଁ  ଏହା ଏକ ବିଫଳତା ବୋଲି ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡକ୍ଟର ପ୍ରଦୀପ ପାଣିଗ୍ରାହୀ କହିଛନ୍ତି। ପ୍ରଦୀପ କହିଛନ୍ତି, ବିଜେଡି ସହ ପିଣ୍ଟୁ ଦାସଙ୍କ ରହିଛି ସଂପର୍କ । ପୂର୍ବରୁ ବିଜେପି ଟିକଟରେ ବିଧାନସଭା ପ୍ରାର୍ଥୀ ହେବା ପାଇଁ ଉଦ୍ୟମ କରିଥିଲେ ପିଣ୍ଟୁ ଦାସ । କିନ୍ତୁ ସମ୍ଭବ ନହେବାରୁ ବିଜେଡି ସହ ସଲାସୁତୁରା ହୋଇ ସ୍ୱାଧୀନ ଭାବେ ସେ ଲଢ଼ିଛନ୍ତି । ସେ କହିଛନ୍ତି, ବ୍ରହ୍ମପୁର ଗୋଷାଣୀ ନୂଆଁଗାଁର ୧୩୨ ନମ୍ବର ବୁଥରେ ଇଭିଏମ୍‌ ଠିକରେ ସିଲ୍ ହେଲା ନା ନାହିଁ, ସେ ସଂପର୍କରେ ବୁଝିବା ବେଳେ ହଠାତ୍ ପିଣ୍ଟୁ ଦାସ ଆକ୍ରମଣ କରିଥିଲେ । ଯାହାଫଳରେ ଚେତା ହରାଇ ପଡ଼ିଥିଲେ ପ୍ରଦୀପ ବୋଲି ଦେଖଣାହାରୀ କହିଛନ୍ତି । ଆଉ ଚେତା ଫେରିଲା ବେଳକୁ ଘଟଣାସ୍ଥଳରେ SDPO ଥିଲେ। ପୋଲିସ ଉପସ୍ଥିତିରେ ଏଭଳି ଆକ୍ରମଣ କେମିତି ହେଲା ବୋଲି ପ୍ରଦୀପ ପଚାରିଥିଲେ। କିନ୍ତୁ ସଂପୃକ୍ତ ପୋଲିସ ଅଧିକାରୀ ଜଣକ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିବା ପ୍ରଦୀପ ଅଭିଯୋଗ କରିଛନ୍ତି। ପ୍ରଦୀପ ଆହୁରି କହିଛନ୍ତି, ବିଜେଡି ସହ ପିଣ୍ଟୁ ଦାସଙ୍କ ରହିଛି ସଂପର୍କ। ପୂର୍ବରୁ ବିଜେପି ଟିକଟରେ ବିଧାନସଭା ପ୍ରାର୍ଥୀ ହେବା ପାଇଁ ଉଦ୍ୟମ କରିଥିଲେ ପିଣ୍ଟୁ ଦାସ। କିନ୍ତୁ ସମ୍ଭବ ନହେବାରୁ ବିଜେଡି ସହ ସଲା ସୁତୁରା ହୋଇ ସ୍ୱାଧୀନ ଭାବେ ସେ ଲଢ଼ିଛନ୍ତି। ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ଓ ଆସିକା ସିଟରେ ବିଜେଡିର ପରାଜୟ ସମ୍ଭାବନାକୁ ଦେଖି ପୋଲିସ ଉପସ୍ଥିତିରେ ଆକ୍ରମଣ କରାଯାଇଛି। ପିଣ୍ଟୁ ଦାସଙ୍କ ମୋବାଇଲ୍ ଯାଞ୍ଚ କଲେ ସବୁ ସତ ସାମ୍ନାକୁ ଆସିବ ବୋଲି ପ୍ରଦୀପ କହିଛନ୍ତି । ତେବେ ପ୍ରଦୀପଙ୍କ ଅଭିଯୋଗ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ୨୦୨୩ ମସିହା ଅଗଷ୍ଟ ୨୫ ତାରିଖରେ ତତ୍କାଳୀନ 5-T ସଚିବ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ ସମୟରେ ପ୍ରଦୀପଙ୍କୁ ବିରୋଧର ଶିକାର ହେବାକୁ ପଡ଼ିଥିଲା। ଏପରିକି ତାଙ୍କ ଗାଡ଼ିକୁ ଅଣ୍ଡା, ପଥର ସହ ବୋତଲ ମାଡ଼ କରାଯାଇଥିଲା। ଏବେ ଯେଉଁ ଦିନଠୁ ପଦ୍ମ ଧରିଛନ୍ତି ପ୍ରଦୀପ, ସେଦିନଠାରୁ ନବୀନ ଓ ପାଣ୍ଡିଆନଙ୍କୁ ଶାଣିତ ଢଙ୍ଗରେ ନିଶାନା କରି ଆସୁଛନ୍ତି। ପ୍ରଦୀପଙ୍କ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା ଯୋଗୁଂ ସାରା ରାଜ୍ୟରେ ଅତି କମ ଦିନରେ ବିଜେପି ହାୱା ବଢ଼ିଯାଇଥିବା ଦେଖିବାକୁ ମିଳିଛି । ସେପଟେ ପ୍ରଦୀପଙ୍କୁ ଆକ୍ରମଣ କରି ଜେଲ ଭୋଗୁଥିବା ପିଣ୍ଟୁ ଦାସଙ୍କ ଜାମିନ ନାମଞ୍ଜୁର ହୋଇଯାଇଛି ।

ରିପୋର୍ଟ : ଆଡ଼ଭୋକେଟ ସୁଧୀର ପଟ୍ଟନାୟକ