ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି ଫେବୃୟାରୀ ୧୪, ପ୍ରେମୀ ଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ ଦିବସ ନାଁରେ ଜଣାଶୁଣା । ହେଲେ କେତେକ ସଂଗଠନ ଭାଲେଣ୍ଟାଇନ୍ ଦିବସକୁ ବିରୋଧ କରୁଥିବା ବେଳେ ପ୍ରେମୀଯୁଗଳଙ୍କୁ ଏଥର ସୁରକ୍ଷା ଦେବ ପୋଲିସ । ସମ୍ବିଧାନ ଅନୁସାରେ ଜନସାଧାରଣଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ରହିଛି । ତେଣୁ ସମସ୍ତେ ଭାଲେଣ୍ଟାଇନ ଦିବସକୁ ପାଳନ କରିପାରିବେ । ଭାରତର ସମ୍ବିଧାନ ଓ ଏଥିରେ ପ୍ରଦାନ କରାଯାଇଥିବା ଅଧିକାରକୁ ସୁରକ୍ଷା ଦିଆଯିବ ବୋଲି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ଆଇଜି ପାର୍କ, ବିଜୁ ପଟ୍ଟନାୟକ ପାର୍କ, ବଟାନିକାଲ୍ ଗାର୍ଡେନ୍, ଖଣ୍ଡଗିରି ଓ ଉଦୟଗିରି, ଜୟଦେବ ବାଟିକା, ଆଇନକ୍ସ, ଏସପ୍ଲାନେଡ୍ ଓ ଶିଖରଚଣ୍ଡିରେ ପୁଲିସ ଫୋର୍ସ ମୁତୟନ କରାଯିବ । ଭାଲେଣ୍ଟାଇନ୍ ଦିବସକୁ ବିରୋଧ କରିବା ପାଇଁ ପୂର୍ବରୁ କଳିଙ୍ଗ ସେନା ଲିଖିତ ଭାବେ ଜଣାଇଥିଲା । ହେଲେ ବଜରଙ୍ଗ ଦଳ ଏଥର ଭାଲେଣ୍ଟାଇନ ଦିବସକୁ ବିରୋଧ କରିବା ନାହିଁ ବୋଲି କହିଥିଲା ।
ରିପୋର୍ଟ : ଆକାଶ ମିଶ୍ର