

ବ୍ରହ୍ମପୁର (ସମୃଦ୍ଧ ଓଡ଼ିଶା) ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି । ଏଥିପାଇଁ ସାରା ରାଜ୍ୟ ଚଳଚଞ୍ଚଳ । ସକାଳୁ ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ, ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଇଥାଏ ଏହାସହ ଏହି ଦିନକୁ ଓଡ଼ିଆ ନବ ବର୍ଷ ଭାବରେ ପାଳନ କରାଯାଇଥାଏ । ଆଜିର ଦିନରେ ଦେବାଦେବୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚାନା ସହ ଛତୁଆ ଓ ପଣା ଭୋଗର ବିଧି ରହିଛି । ଏଥିସହ ବ୍ରତଧାରୀମାନେ କଣ୍ଟା ଓ ଜଳନ୍ତା ଅଗ୍ନିରେ ଚାଲିଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ପଣା ସଂକ୍ରାନ୍ତିରେ ମହାବୀର ହନୁମାନ ଜନ୍ମ ଗ୍ରହଣ କରିଥିଲେ । ତେଣୁ ଏହି ଦିନରେ ହନୁମାନଙ୍କ ପୂଜା କରାଯାଏ । ଏହି ଅବସରରେ ବିଭିନ୍ନ ସ୍ଥାନରେ ପଣା ବଣ୍ଟନ କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


