

ଆଠଗଡ(ସମୃଦ୍ଧଓଡିଶା)ସରକାର ପରିବର୍ତ୍ତନ ପରେ ଜିଲ୍ଲା ରେ ନବନିର୍ବାଚି କଟକ ଜିଲ୍ଲା ବିଜେପି ସଭାପତି ଭାବେ ନିର୍ବାଚିତ ହୋଇଥିବା ରାମନାରାୟଣ ମହାନ୍ତିଙ୍କୁ ଆଠଗଡ ପୁରୁଣା ବସଷ୍ଟାଣ୍ଡ ସପନେଶ୍ଵର ବଜାର ଠାରେ ଭଵ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜିଲ୍ଲା ସଭାପତି ହେବା ପରେ ଶ୍ରୀ ମହାନ୍ତିଙ୍କୁ ଆଠଗଡ଼ ଆରାଧ୍ୟ ଶୈବପୀଠ ବାବା ଧବଳେଶ୍ୱରଙ୍କ ନିକଟରେ ଆଜି ପୂଜାର୍ଚନା କରି ଏକ ଵିଶାଳ ମୋଟର ସାଇକେଲ ଶୋଭାଯାତ୍ରା ବାହାରି ପୁରୁଣା କଟକ-ସମ୍ଵଲପୁର ରାସ୍ତା ଦେଇ ଆଠଗଡ ସହରରେ ପହଞ୍ଚିଥିଲେ, ପରେ ଆଠଗଡ ର ପ୍ରାକ୍ତନ ବିଧାୟକ ପାର୍ଥି ବଜେନ୍ଦ୍ର ରାୟ, , ଜିଲ୍ଲା ସଂମ୍ପାଦିକା ସ୍ଵାଗତା ପଟ୍ଟନାୟକ,ହେମ ମଂଞ୍ଜରୀ ଭଞ୍ଜ ଦେଓ ଙ୍କ ଗହଣରେ ଆଠଗଡ ର ଆରଧ୍ୟ ଅଟ୍ଟାଳୀ ଜଗନ୍ନାଥ ଓ ମା ବାଉତୀ ଙ୍କ ଦର୍ଶନ କରି ପୂର୍ବ ପ୍ରସ୍ତୁତି ଥିବା ସଭାସ୍ଥଳକୁ ଅସିଥିଲେ । ପରେ ବିଭିନ୍ନ ସଂଗଠନ, ବ୍ୟକ୍ତି ବିଶେଷ ଅନୁଷ୍ଠାନ ଓ ଆଠଗଡ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ମଣ୍ଡଳ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିଜେପି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ସତ୍ୟ ଜିତ୍ ମଲ୍ଲିକ ସ୍ୱଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ଵିଧାୟକ ରମେଶ ରାଉତ, ଜିଲ୍ଲା ବିଜେପି ସଂମ୍ପାଦକ ଆଲୋକ ମହାନ୍ତି, ଯୁଵ ମୋର୍ଚ୍ଚା ସଭାପତି ନଳିନୀ ରାୟ, ସୁଦାମ ବେଉରା, ବିକ୍ରମ କେଶରୀ ଦାସ, ସନ୍ତୋଷ ପଟ୍ଟନାୟକ, ଅଜୟ କୁମାର ସ୍ୱାଇଁଙ୍କ ସେମତ ବହୁ ବରିଷ୍ଠ ନେତା ଏବଂ ବିଭିନ୍ନ ମଣ୍ଡଳରୁ ଆସିଥିବା କାର୍ଯ୍ୟକର୍ତ୍ତା ପ୍ରମୁଖ ଶ୍ରୀ ମହାନ୍ତିଙ୍କୁ ଉତ୍ତୋରୀୟ ପୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଭାପତି ଶ୍ରୀ ମହାନ୍ତି ଏତେ ସଂଖ୍ୟକ ଲୋକମାନ୍ ଙ୍କ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ପାଇ ଭାବ ବିହ୍ଵଳ ହେବା ସହିତ ଆଗାମୀ ଦନରେ କଟକ ଜିଲ୍ଲା ସମେତ ସୁନାର ଆଠଗଡ ଗଢି ତୋଳିବା ହେବ ମୂଳଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ । ଆଠଗଡ ଏନ୍ଏସିର ନାରୀନେତ୍ରୀ ତଥା ବିଜେପି ଅଧ୍ୟକ୍ଷା ପାର୍ଥି ଇଲା ପଣ୍ଡା କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ : ରଜତ ମହାପାତ୍ର