କଉଠୁ ଆରମ୍ଭ ଆଉ କଉଠି ଶେଷ କରିବି ଜାଣିପାରୁନି ତଥାପି ଆପଣଙ୍କୁ ନେଇଯାଉଛି ଚାରିଶହ ଦିନ ତଳକୁ, ଯେତେବେଳେ ମୁଁ ଛତିଶଗଡ଼ର ରାଇପୁରର ଲର୍ଡ଼ ମିଣ୍ଟୁ ଇଣ୍ଟରନେସନାଲ ପବ୍ଲିକ ସ୍କୁଲରେ ଶିକ୍ଷକତା କରୁଥାଏ । ଖୁବ ଭଲରେ ଚାଲିଥାଏ ସବୁକିଛି । ଦିନେ ବିଦ୍ୟାଳୟର ଷ୍ଟାଫରୁମରେ ବସିଥିବା ବେଳେ ହାଟାଥ ଛାତିରେ ଯନ୍ତ୍ରଣା ହେଲା ଏବଂ ସଙ୍ଗେ ସଙ୍ଗେ ବିଦ୍ୟାଳୟର ପ୍ରିନ୍ସିପାଲ ନିଜେ ମୋତେ ନେଇ ଏକ ହସ୍ପିଟାଲରେ ମୋର ସ୍ୱାସ୍ଥ୍ୟବସ୍ତା ପରୀକ୍ଷା କରାଇଲେ ଏବଂ ଶେଷରେ ଜାଣିଲେ କି ମୋର ମୃଦୁ ହୃଦଘାତ ଆସିଥିଲା ଏବଂ ମୋର ସମ୍ପୂର୍ଣ୍ଣ ବିଶ୍ରାମ ଦରକାର । ମନ କଥା ମନରେ ରଖୀ ହସ୍ପିଟାଲରୁ ମୋତେ ନେଇ ହଷ୍ଟେଲ ଫେରିଲେ ଏବଂ ମୋର ସମ୍ପୂର୍ଣ୍ଣ ବିଶ୍ରାମର ବ୍ୟବସ୍ଥା କଲେ, ତିନିଦିନ ପରେ ସ୍ୱାସ୍ଥ୍ୟରେ ସୁଧାର ଆସିଲା । ମୁଁ ବାହାରିଲି ଏଥର ବିଦ୍ୟାଳୟକୁ ପିଲାଙ୍କୁ ପାଠ ପଢ଼ାଇବା ପାଇଁ । ଆଉ ପିଲାଙ୍କୁ ପଢ଼ାଇଲି ମଧ୍ୟ । ସାର ବହୁତ ଖୁସି ହେଲେ ମୋ ଉପରେ ଏବଂ ଅଫିସରେ ତାଙ୍କୁ ଦେଖା କରିବାକୁ କହିଲେ ମୁଁ ବି ତାଙ୍କୁ ଦେଖା କରିବାକୁ ଗଲି ଏବଂ ସବୁକିଛି ଜାଣିବାକୁ ପାଇଲି । ମୋ ହାତରେ ସେ ମାସର ପୁରା ଦରମା ସହିତ ଆଗାମୀ ପନ୍ଦର ଦିନର ପଇସା ମୋତେ ଦେଲେ ଏବଂ କହିଲେ ଆପଣ ଘରକୁ ଯାଇ ସମ୍ପୂର୍ଣ୍ଣ ବିଶ୍ରାମ କରନ୍ତୁ । ସତରେ କେତେ ଉଦାର ସେ ଥିଲେ ମୁଁ ସେଦିନ ଜାଣିଲି । ସେଦିନ ରାତିରେ ହଷ୍ଟେଲ ରେ ରହିଲି ତାପରଦିନ ଘରକୁ ଆସିଲି ଟ୍ରେନ୍ ରେ ଆସି ଓଲ୍ହାଇଲି ଖଡ଼ଗପୁର ଠାରେ ଦିନ ୧୧ଟାରୁ ୧୨ଟା ଭିତରେ । ଷ୍ଟେସନ ବାହାରକୁ ଯାଇ କଣ ଦିଟା ଖାଇନେଲି ଆଉ ତାପରେ ଖଡ଼ଗପୁରରୁ ମାର୍କୋଣାକୁ ଇଷ୍ଟକୋଷ୍ଟ ଟ୍ରେନ୍ରେ ଆସିଲି । ଘରେ ମୋତେ ହଟାତ ପଳାଇ ଆସିବାର କାରଣ ପଚାରିଲେ ମୋର ଦେହ ଖରାପ କଥା ଶୁଣିଲେ କାଳେ ମନ ଦୁଃଖ କରିବେ ଏହା ଭାବି ମୁଁ କିଛି କହିଲି ନାହିଁ । ଆଣିଥିବା ପଇସା ମାକୁ ଦେଲି ଏବଂ କିଛି ଟଙ୍କା ପାଖରେ ରଖିଲି । କିଛି ଦିନ ଗଲାପରେ ବାଲେଶ୍ଵରର ଜଣେ ଅଙ୍କଲ ଦେଖାହେଲେ ଆଉ ଏମିତି କଥା ହେଉହେଉ କହିଲେ ସାର ଆପଣ ଆମ ଘରକୁ ସପ୍ତାହକୁ ମାତ୍ର ଦୁଇଦିନ ଆସନ୍ତୁ ଆଉ ମୋର ଝିଅକୁ ଟିକିଏ ପାଠ ପଢାନ୍ତୁ ମାତ୍ର ଗୋଟିଏ ମାସର କଥା ଦଶମ ପରୀକ୍ଷା ଦେବ ସେ । ତାଙ୍କ କଥା ମାନିଲି ଏବଂ ତାଙ୍କ ଘରକୁ ଗଲି ପାଠ ପଢ଼ାଇବା ପାଇଁ ଆଉ ପଢ଼ାଇଲି ମଧ୍ୟ । ତାକୁ କିଛି ଇଂରାଜୀରେ ରଚନା ଆଉ ଦରଖାସ୍ତ ଲେଖିକରି ଦେଲି ଆଉ ସେ ସେସବୁକୁ ପଡ଼ିଲା । ଦିନେ ରାତିରେ ମାମାଲି ଫୋନ କଲା କି ସାର କଣ କରୁଛନ୍ତି, ମୁଁ ସେତେବେଳେ ଚେତନଭଗତ ବହିକୁ ପଢ଼ୁଥିଲି ଏବଂ ମୁଁ ତାକୁ ପଢ଼ୁଛି ବୋଲି କହିଲି ସେ ବହୁତ ଖୁସି ହୋଇଗଲା ଏବଂ କହିଲା ସାର ଆପଣଙ୍କ ପାଖରେ ଓଡ଼ିଆରେ କିଛି ଗପ ଅଛିକି ମୁଁ କହିଲି ନା ନାହିଁ କଣ ହେଲାକି । ପଢ଼ିଥାନ୍ତି ସାର, ହଉ ସାର ଠିକ ଅଛି । ଏମିତି ପଢ଼ାପଢିରେ ତାର ଦଶମ ବୋର୍ଡ ପରୀକ୍ଷା ସରିଲା । ମାମାଲି ଆଉ ମୋ ଭିତରେ ଗୋଟିଏ ସୁନ୍ଦର ସମ୍ପର୍କ ଗଢି ଉଠିଥିଲା କିଛି ଦିନ ପରେ ମୁଁ ତାକୁ କହିଲି ଆରେ ଛୁଆ ତୁ ଆଉ ମୋତେ ସାର ଡାକିବୁ ନାହିଁ ଭାଇ ଡାକିବୁ ସେ ବି ବହୁତ ଖୁସି ହୋଇଗଲା । କାରଣ ମୋର ଭଉଣୀଟିଏ ନଥିଲା ତାର ବି ଭାଇଟିଏ ନଥିଲା ସେ ବହୁତ ଖୁସି ହେଲା । ରାତିବେଳା ଛୁଆ ମୋର ଫୋନରେ କଥା ହେଉ । ମୁଁ ଅନେକ ଦିନ ତଳରୁ ଇଂରାଜୀ ଭାଷାରେ କବିତା ପ୍ରବନ୍ଧ ରଚନା ଲେଖୁଥିଲି ତାକୁ ସବୁ କହୁଥାଏ ସେ ବି ଶୁଣେ । ଦିନେ କହିଲା ଆଛା ଭାଇ ତୁମେ କଣ ଓଡ଼ିଆରେ କିଛି ଲେଖିପାରିବନି I mean କବିତା କାହାଣୀ ଏସବୁ ମୁଁ ମିଛରେ ହଁ ମାରିଦେଲି ସେ ବହୁତ ଖୁସି ହୋଇଗଲା ଏବଂ କହିଲା ମୋତେ ପ୍ରତିଦିନ ଗୋଟିଏ କାହାଣୀ ଦରକାର । ମୁଁ ତାର ଖୁସି ପାଇଁ ଲେଖିକରି ଦେଲି ଆଉ ସେ ବି ଖୁସି ହୋଇ ପଡ଼ୁଥିଲା ଏମିତି କିଛି ଦିନ ଗଲାପରେ ତାର +୨ରେ ନାମ ଲେଖା ହେଲା ମୁଁ ବି ଆସିଥିଲି । ସେ ଏଥର ହଷ୍ଟେଲରେ ରହିଲା ମୋ ମନ ବହୁତ ଦୁଃଖ ହେଲା କାରଣ ନିଜ ଭଉଣୀ ଠୁ ଅଧିକ ଭଲ ପାଇବା ମିଳୁଥିଲା ତା ପାଖରୁ । ଏମିତି ଲେଖୁଥାଏ କାଗଜରେ ଆଉ facebookରେ ଛାଡୁଥାଏ କିଏ କେତେକଥା କହୁଥାନ୍ତି, ମୋତେ କିନ୍ତୁ ମୋର ଲକ୍ଷ ଥିଲା ଲେଖିବି । ଆମ ଗାଁ ଅଡାର ମୋର ଜଣେ ବନ୍ଧୁଙ୍କ ବଡ଼ଭାଇ ସାଗର ଦାସ ମୋତେ whatsaapରେ ଏକ ସାହିତ୍ୟଗ୍ରୁପର link ଦେଲେ । ଆଉ ମୁଁ ସେଥିରେ ସବୁଦିନେ ମୋର ଇଂରାଜୀ କବିତା ଦେବା ସହ ଓଡ଼ିଆରେ ବି ଦିଏ । ମୋ ଲେଖା ପଢି ଜଣେ ବଡ଼ଭାଇ ଆଲୋକ କୁମାର ନାୟକ ମୋତେ ପ୍ରଥମେ ଉଦୟଭାନୁ ପରିବାରକୁ ଆଣିଲେ ସେଠି ସବୁବେଳେ ପ୍ରତିଯୋଗିତା ଚାଲିଥାଏ, ମୁଁ ବି ପ୍ରତିଯୋଗିତାରେ ଭାଗନେଲି ପ୍ରଥମ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେଲି ନାହିଁ ଦିତ୍ୱୀୟ ପ୍ରତିଯୋଗିତା ଆସିଲା ପ୍ରତିଯୋଗିତାର ବିଷୟ ଥିଲା (ପାଶ୍ଚାତ୍ୟ ପରମ୍ପରାର ଓଡ଼ିଆ ପୂଜକ) ନୂଆବର୍ଷ ଉପଲକ୍ଷେ ପ୍ରତିଯୋଗିତା ଚାଲିଥାଏ । ମୁଁ ଏହି ବିଷୟରେ ଅଧିକ ଜାଣିବା ପାଇଁ ଆମ ଗ୍ରାମର ଜଣେ ସାହିତ୍ୟିକ ଶ୍ରୀଯୁକ୍ତ ବିଶ୍ୱନାଥ ନାୟକଙ୍କ ପାଖକୁ ଏବଂ ଜଣେ ସୁନାମଧନ୍ୟ ବକ୍ତା ଶ୍ରୀଯୁକ୍ତ ବିଷ୍ଣୁପଦ ନାୟକଙ୍କ ପାଖକୁ ଯାଇ ବହୁତ କିଛି ଖାତାରେ ଲେଖିକରି ଆଣିଲି ଆଉ ଲେଖିକରି ଦେଲି । ଗ୍ରୁପରେ ଥିବା ସମସ୍ତ ବ୍ୟକ୍ତି (ମାଧବାନନ୍ଦ ଭୋଇ, ମହେନ୍ଦ୍ର ବାବୁ,ନାରାୟଣ ସେନାପତି, ବୈଜୟନ୍ତି ସାହୁ, ଅମ୍ବିକା ସାହୁ,ଶିବପ୍ରଶାଦ ବାହିନୀପତି) ଆତ୍ମବିଭୁତ ହୋଇଗଲେ ଏବଂ ମୋ ବିଷୟରେ ଜାଣିବା ପାଇଁ ବହୁତ ବାର ଫୋନ କଲେ । ଶେଷରେ ମୁଁ ପ୍ରଥମ ହେଲି । ଇ ମାନପତ୍ର ପାଇଲି ଆଉ ଏହି ଲେଖା ଉଦୟଭାନୁ ବ୍ଲଗରେ ପ୍ରକାଶିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ମୋର ଜଣେ ଗୁରୁ ନାରାୟଣ ଚନ୍ଦ୍ର ସେନାପତି ମୋର ଗୋଟାଏ କବିତା ନେଇ ସବରୀ ଏକ୍ସପ୍ରେସ ପାଖିକ ସାହିତ୍ୟ ସମ୍ବାଦ ଭିତ୍ତିକ ପତ୍ରିକା ରେ ବାହାର କରି ମୋତେ ପ୍ରେରଣା ଯୋଗାଇଲେ । ମୁଁ ବହୁତ ଖୁସି ହୋଇଗଲି ଆଉ ମନେ ମନେ ଆଲୋକ ଭାଇଙ୍କୁ ଧନ୍ୟବାଦ ଦେଲି । ଆଉ ସମସ୍ତଙ୍କ ସହ ଧୀରେ ଧୀରେ ମିଶିବାକୁ ଚେଷ୍ଟା କଲି । ଆଗାମୀ ଅଧ୍ୟାୟରେ ପୁଣି ଲେଖିବି ।
ଲେଖକ : ମନୋଜ କୁମାର ପଣ୍ଡା
ଅଡା, ବାଲେଶ୍ୱର